ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ 26 ରେ
ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଗଦେବା ପାଇଁ ଆୱାନ
——————–
ତିର୍ତ୍ତୋଲ ଠାରେ ୧୯୭୬ ମସିହାରେ ସ୍ଥାପିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ନିମନ୍ତେ ମହାବିଦ୍ୟାଳୟ ପକ୍ଷ ରୁ ପ୍ରସ୍ତୁତି ଆରମ୍ଭ ହୋଇଛି l ଏହି ଉପଲକ୍ଷେ ଆଜି ଅପରାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ନିମନ୍ତେ ଆସନ୍ତା ଜୁଲାଇ ୨୬ ତାରିଖ ରବିବାର ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ, ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ l ଏହି ବୈଠକ ରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଥିଲେ l ପ୍ରାୟ ବିଗତ ୫୦ ବର୍ଷ ମଧ୍ୟରେ ଏକ ଲକ୍ଷ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ମହାବିଦ୍ୟାଳୟ ରୁ ପାଠ ପଢ଼ା ଶେଷ କରି ଯାଇଛନ୍ତି l ଏହି ସୁବର୍ଣ୍ଣ ଜୟନ୍ତୀ କୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଆସନ୍ତା ୨୬ ତାରିଖ ପ୍ରସ୍ତୁତି ବୈଠକରେ ବହୁ ସଂଖ୍ୟାରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅନୁରୋଧ ଜଣାଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟାପକ କିଶୋର କୁମାର ନାୟକ, ଅଧ୍ୟାପକ ଦୀପକ ସିଂ, ଅଧ୍ୟାପକ କମଳାକାନ୍ତ ପଣ୍ଡା, ଅଧ୍ୟାପକ ନରେଶ ମହାପାତ୍ର, ଅଧ୍ୟାପକ ଅଶୋକ ରାଉତ୍, ଅଧ୍ୟାପକ ସୁରଞ୍ଜନ ଲେଙ୍କା, ଅଧ୍ୟାପିକା ଇତିଶ୍ରୀ ମହାନ୍ତି, ଅଧ୍ୟାପକ ମନୋରଞ୍ଜନ ସ୍ବାଇଁ, ପ୍ରୟୋଗଶାଳା ପ୍ରଶିକ୍ଷକ ସନାତନ ଲେଙ୍କା, ସ୍ୱର୍ଣ୍ଣପ୍ରଭା ନାୟକ, ସହାୟକ ପ୍ରହରାଜ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଅଧ୍ୟାପକ ସୁମନ୍ତ ଭୋଇ ଧନ୍ୟବାଦ୍ ଦେଇଥିଲେ l
