ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର,(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ଭବନ ପଛପାର୍ଶ୍ୱରେ ଥିବା ଖୋଲା ପଡ଼ିଆରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋର ତହସିଲର ଭାରପ୍ରାପ୍ତ ତହସିଲଦାର ଶ୍ରୀ କୃଷ୍ଣ ମୋହନ ସିଂହଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ପରିବେଶର ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା।ଏହି ଅବସରରେ ସେକ୍ସନ ଅଫିସର ଶ୍ରୀ ହିମାଂଶୁ ପଣ୍ଡା, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଭରତ ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ଶ୍ରୀ ରଞ୍ଜନ ମହାନ୍ତି, ଶ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଓ ଜୈନବ ସୁଲତାନା, ସହକାରୀ ରାଜସ୍ୱ ନିରୀକ୍ଷକ ଅଲିଶା ପଣ୍ଡା, ଅମିନ ଶ୍ରୀ ହେମନ୍ତ କୁମାର ଦାସ ଓ ଶ୍ରୀମତୀ ହରପ୍ରିୟା ପଣ୍ଡା, ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପ୍ରଦୀପ ରଞ୍ଜନ ଦାସ, ଶ୍ରୀମତୀ କବିତା ଦାସ ଏବଂ ଶ୍ରୀ କାମିନୀ ମିଶ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ମନୋଜ ବେହେରା ଓ ଶ୍ରୀ ଚିତ୍ତରଞ୍ଜନ ସାହୁ ସକ୍ରିୟ ସହଯୋଗ କରିଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ବୃକ୍ଷରୋପଣ ସହିତ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଏପରି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମ ସମାଜରେ ସବୁଜ ବିପ୍ଳବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
