ଅଭନି ଫିସାରୀଜ ଏଣ୍ଡ ଆକୁଆଟିକର ମତ୍ସ୍ୟଚାଷୀ କୃଷି ସମ୍ମିଳନୀ
___________________
ସାରସକଣା:(୮/୭/୨୬):(ନି.ପ୍ର);
ସାରସକଣା ବ୍ଲକ ଉମାଦେଇପୁର ପଞ୍ଚାୟତର କେନ୍ଦୁମୁଣ୍ଡି ଗ୍ରାମରେ ଥିବା ଅଭନି ଫିସାରୀଜ ଏଣ୍ଡ ଆକୁଆଟିକ ସଂସ୍ଥାର ମୁଖ୍ୟ ପରିଚାଳକ ଇଂ. ଅଶ୍ୱନୀ କୁମାର ମହାନ୍ତଙ୍କ ପରିଚାଳନାରେ ଏକ ମତ୍ସ୍ୟ ଚାଷୀ କୃଷି ସମ୍ମିଳନୀ-୨୦୨୬ ଅଦ୍ୟ ୮ ତାରିଖ ବୁଧୁବାର ଦିବା ୧୧ ଘଟିକା ସମୟରେ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅଭନି ଫିସାରୀଜର ପ୍ରତିଷ୍ଠାତା ଅଶ୍ୱନୀ କୁମାର ମହାନ୍ତଙ୍କ ସଭାପତିତ୍ୱରେ ପରିଚାଳିତ ମତ୍ସ୍ୟଚାଷୀ ସମ୍ମିଳନୀଟିରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ସହକାରୀ ମତ୍ସ୍ୟ ଅଧିକାରୀ ବନାନି ମହାନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାରସକଣା କୃଷି ଅଧିକାରୀ କୀର୍ତ୍ତିମାନ ଗାଗରାଇ, ସମ୍ମାନୀତ ଅତିଥି , କାଫା ମାଛ ଖାଦ୍ୟ ମୟୂରଭଞ୍ଜ ମ୍ୟାନେଜର ଦିବ୍ୟା ଭାରତୀ ମଲ୍ଲିକ , ମୟୂରଭଞ୍ଜ ଜିଲ୍ଲା କାଫା ଫିଡ଼ସର ସେଲସ୍ ମ୍ୟାନେଜର ରଶ୍ମିତା ବେହେରା, କାଫା ମାଛ ଖାଦ୍ୟ ଓଡ଼ିଶା ପ୍ରଭାରୀ ସତ୍ୟରଞ୍ଜନ ପତି, ଶୈବଲ ଚାଟାର୍ଜି ଓ ପଲଟ୍ରି ଫିଡ଼ସର ଉତ୍ତର ଓଡ଼ିଶା ମ୍ୟାନେଜର ରାଜଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମୁଖ୍ୟ ବକ୍ତା ଶ୍ରୀ ଗାଗରାଇ ଉପସ୍ଥିତ ମତ୍ସ୍ୟ ଚ଼ାଷୀ ମାନଙ୍କୁ ଆଧୁନିକ ପ୍ରଣାଳୀରେ ଜୈବିକ ସାର, ବୈଜ୍ଞାନିକ କୀଟନାଶକ ଔଷଧ ଦ୍ବାରା ମାଛଙ୍କୁ ରୋଗମୁକ୍ତ କରିବା, ଉନ୍ନତ ମାନର ପ୍ରଣାଳୀରେ ମାଛ ଚାଷ କରି ସ୍ବାବଲମ୍ବୀ ହେବା ଉପରେ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ବିଭିନ୍ନ ଚାଷ ସମ୍ବନ୍ଧୀୟ ଟିପସ୍ ମାନ ଚାଷୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ସେହିପରି ଉନ୍ନତମାନର ମତ୍ସ୍ୟ ଚ଼ାଷର ବୈଜ୍ଞାନିକ ଜ୍ଞାନ କୌଶଳ ସହିତ ଫସଲ ବୀମା ଉପରେ ମୁଖ୍ୟ ଅତିଥି ଚାଷୀକୂଳକୁ ସୂଚନା ପ୍ରଦାନ କରିଥିଲେ । ଉନ୍ନତମାନର ମାଛ ଚାଷ କରି ବେକାର ଯୁବତୀ ଯୁବକ ମାନେ କିପରି କୃଷି ଉଦ୍ୟୋଗୀପତି ହେବେ ସେ ସମ୍ବଦ୍ଧରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସଫଳ ମତ୍ସ୍ୟଚାଷୀ ଭାବେ ବାଙ୍ଗିରିପୋଷି ବ୍ଲକ ବୁଢୀ ଖମାରୀ ଗ୍ରାମର ମା’ ଅମ୍ବିକା ଏସ. ଏଚ୍. ଜି ଗୋଷ୍ଠୀ, ସଫଳ ଚାଷୀ ଭାବେ କୁଳିଅଣା ବ୍ଲକର ଚ଼ାଷୀ ରବିନ୍ କୁମାର ଦଣ୍ଡପାଟ ଓ ସାରସକଣା ବ୍ଲକର ଶଙ୍ଖାଭଙ୍ଗା ପଞ୍ଚାୟତ ଯୋଡ଼ା ଜାମ ଗ୍ରାମର ଶ୍ରେଷ୍ଠ ବାୟ ଫ୍ଲୋକ୍ ଚାଷୀ ଶ୍ରୀରାମ ମାଝିଙ୍କୁ ଅଭନି ଫିସାରିଜ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ସାରସକଣାରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୂତ ଖବର ରିପୋର୍ଟ
