ଲଗାଣ ବର୍ଷା ହେତୁ କେନାଲ ରାସ୍ତା ଭୁଶୁଡିଲା, ଛଅ ଦିନ ନିଘୋଡ଼ ନିଦରେ ପ୍ରଶାସନ।
ତାଳଚେର ୮/୭(ନିପ୍ର) ତାଳଚେର ପୌର ପରିଷଦ ୧୧ନଂ ଓ୍ଵାଡ୍ ଚାଳିଆ କୁଟା ପାର୍ଶ୍ଵରେ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ କେନାଲ ଭୁଶୁଡ଼ି ଅପ୍ରାତିକର ପରିସ୍ଥିତି ସୃଷ୍ଟି ହେଉଛି।ଗତ ବର୍ଷ ମଧ୍ୟ ଲଗାଣ ବର୍ଷାରେ ସେହି ସ୍ଥାନରେ ଭୁଶୁଡ଼ିବା ଫଳରେ ବିଭାଗ ପକ୍ଷରୁ ବାଲିବସ୍ତା ରଖାଯାଇ ଆସିଯାଇଥିଲେ । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତ କରୁଥିବା ବେଳେ କେନାଲର ଉଭୟ ପାଶ୍ୱର୍ରେ ଏବେ ବସ୍ତିବାସିନ୍ଦା ମାନେ ଘର କରି ରହୁଛନ୍ତି। ତିନି ଦିନ ହେବ ଲଗାଣ ବର୍ଷାରେ କେନାଲ ଭାଙ୍ଗି ଏକ ଘାଇ ସୃଷ୍ଟି କରିବା ଫଳରେ ସେଠାରେ ରହିଥିବା ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରିକି ବାଟଇ ଦାଣ୍ତଇ ସେହି ରାସ୍ତା ଦେଇ ଯାତାୟତ କରୁଛନ୍ତି। କେତେବେଳେ ଏଇ ରାସ୍ତା ଟି ଭୁଶୁଡ଼ି ବ ଓ କଣ ଅଘଟଣ ଘଟିବ ତାହା କହିବା ଅସମ୍ଭ । ତେଣୁ କେନାଲ ବିଭାଗ ନିଘୋଡ଼ ନିଦରେ ନୋ ଶୋଇ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ନେଇ ଦାବି ହେଉଛି।
