*ରାଜ କବି ରାଧାମୋହନ ବିଦ୍ୟାପୀଠରେ ବନ ମହୋତ୍ସବ*
————————
ଚିକିଟି,( ଶ୍ରୀବତ୍ସ ସାହୁ) ଚଳିତ ମାସ ୭ ତାରିଖ ରେ ,୭୭ ତମ ବନ ମହୋତ୍ସଵ ସପ୍ତାହ ରାଜକବି ରାଧାମୋହନ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଶ୍ରୀ ଆରାଧ୍ୟେଶ୍ୱର ପଟ୍ଟନାୟକ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ଦାସ, SMC ସଭ୍ୟ ତଥା NAC ଉପାଧ୍ୟକ୍ଷ ଶ୍ରୀହର ପ୍ରସାଦ ଚୌଧୁରୀ , ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପରିଚାଳନା ସଭାପତି ଶ୍ରୀ କୃଷ୍ଣ ଗୌଡ଼, ଫରେଷ୍ଟର ଶ୍ରୀ କାମିନୀ ଭୂୟାଁ ଏବଂ ଅନ୍ୟ ବନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ପ୍ରଥମେ ଫରେଷ୍ଟର ଓ ଅନ୍ୟ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ ର ଉପକାରିତା ସମ୍ବଦ୍ଧ ରେ ବୁଝାଯାଇ ସ୍ଲୋଗାନ ମାନ ଦିଆଯାଇଥିଲା । ଏହାପରେ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରାଯିବା ସହ ଚିକିଟି ଗଡ ସ୍ଥିତ ମା ଗୁଡ଼ିଆ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବୃକ୍ଷ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଏନସିସି ଅଫିସର ଶ୍ରୀ ସନ୍ତୋଷ କୁମାର ସାହୁ, ବରିଷ୍ଠ ଶିକ୍ଷକ ଶ୍ରୀ ତ୍ରିପତି ପ୍ରଧାନ, ଇକୋ – କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସରସ୍ୱତୀ କାର୍ଜୀ ତଥା ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁଧୀର କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
