ଭାରତୀୟ ଇତିହାସରେ ଶହୀଦ ଶ୍ରୂତି ବିଶ୍ୱାଳ ଅମର ହୋଇ ରହିଛନ୍ତି
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ବଳିଦାନ ଦିବସ ପାଳିତ
ବରୀ,…. ଛତିଶ ଦେବିଲ ଗ୍ରାମର ବୀର ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୭ ତମ ବଳିଦାନ ଦିବସ ଏହି ଗ୍ରାମର ଫାଶି ପଡିଆଠାରେ ରେ ଅନୁଷ୍ଠିତ ହୋଇଯାଇଛି । ଶେଷ ରଜରେ ୧୮୫୮ ମସିହା ଜୁନ ୧୭ ତାରିଖରେ ଫିରିଙ୍ଗ ଶାସକ ଏକ ବରଗଛ ଡାଳରେ ଶ୍ରୂତି ବିଶ୍ୱାଳଙ୍କୁ ଦୁଇ ଗୋଡ ହାତକୁ ବାନ୍ଧି ଅତି ନିର୍ମମ ଓ ବିଭତ୍ସ ଭାବେ ଫାସି ଦେଇଥିଲେ । ସେ ଫିରିଙ୍ଗ ଶାସକଙ୍କ ଅତ୍ୟାଚାରରୁ ଲୋକ ମାନଙ୍କୁ ରକ୍ଷା କରିବା ନିମନ୍ତେ ଯାଜପୁର ଜିଲ୍ଲାର ବିଭିନ୍ନ ଉଆସ,ଚଉପାଢିର ଲୋକଙ୍କୁ ଇଂରେଜ ସରକାରଙ୍କ ବିରୁଦ୍ଧରେ ମେଳି କରୁଥିଲେ । ତାଙ୍କ ତ୍ୟାଗ ଓ ଆତ୍ମେôାତ୍ସର୍ଗକୁ ମନେ ପକାଇ ଗ୍ରାମମବାସୀମାନେ ପ୍ରତିବର୍ଷ ଏହି ଦିବସଟିକୁ ବଳିଦାନ ଦିବସ ଭାବେ ପାଳନ କରି ଆସୁଛନ୍ତି । ସେ ଥିଲେ ଯାଜପୁର ଜିଲଦ୍ଲାର ପ୍ରଥମ ଶହୀଦ । ଇତିହାସ ପୃଷ୍ଠାରେ ତାଙ୍କୁ ଦୀର୍ଘ ବର୍ଷ ହେବ ନ୍ୟାୟ ଦିଆଯାଇ ନଥିଲା । ଗତ ବର୍ଷ ଗବେଷଣାରୁ ଜଣା ପଡିବାରୁ ତାଙ୍କୁ ଆଜାଦିକା ଅମୃତ ମହୋତ୍ସବରେ କେନ୍ଦଦ୍ର ସରକାର ସ୍ଥାନିତ କରିବା ସହିତ ତାଙ୍କ ବଂଶଧରଙ୍କୁ ସମ୍ମାନିତ କରିଥିଲେ । ଏବେ ବି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତାଙ୍କପ୍ରତି ଉଚିତ ସମ୍ମାନ ଜଣାଇ ନଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହି ଉତ୍ସବରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚାର ଅଧ୍ୟକ୍ଷା ଡଃ ଐଶୁରିୟା ବିଶ୍ୱାଳ ମୁଖ୍ୟ ବକ୍ତ ଭାବେ ଯୋଗ ଦେଇ ତାଙ୍କ ସ୍ମୃତିରକ୍ଷା ନିମନ୍ତେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ସେ ନିର୍ଭର ପ୍ରତିଶ୍ରୂତି ଦେଇଥିଲେ । ଶ୍ରୂତି ବିଶ୍ୱାଳ କେବଳ ଛତିଶ ଦେବିଲର ନୁହଁନ୍ତି ସାରା ଭାରତ ବର୍ଷର ଜଣେ ସମ୍ମାନୀୟ ଶହୀଦ ବୋଲି କହିଥିଲେ । ତାଙ୍କ ସ୍ମୃତିରକ୍ଷା ପାଇଁ ଗ୍ରାମବାସୀ, ସ୍ମୃତି କମିଟି, ଓ ଯାଜପୁରର ପ୍ରତ୍ୟେକ ନାଗରୀକ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଭାବେ ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଯୋଗ ଦେଇ ଫାସିପଡିଆ ଠାରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଲେ ଯେ ଶ୍ରୂତି ବିଶ୍ୱାଳଙ୍କ ସ୍ମୃତିରକ୍ଷା ପାଇଁ ରାଜନେତେିକ ସଦ୍ଧିଚ୍ଛା ପ୍ରକାଶ ପାଇଲେ ଏବଂ ତା ଙ୍କ ସମ୍ପର୍କରେ ଅଧିକ ଗବେଷଣା କରାଗଲେ ଭାରତୀୟ ସ୍ୱାଧିନତା ସଂଗ୍ରାମ ଇତିହାସରେ ଏହା ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗ୍ରହଣ କରିବ । ସ୍ମୃତି କମିଟିର ସଭାପତି କାମଦେବ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବଳିଦାନ ଦିବସରେ ଶିକ୍ଷାବିତ ସନ୍ତୋଷ କୁମାର ବିଶ୍ୱାଳ ସଂଯୋଜନା କରିଥିଲେ । ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସୁକାନ୍ତ କୁମାର ବିଶ୍ୱାଳ ,କମଳ ମହାପ୍ରଭୁଜୀ, ସ୍ଥାନୀୟ ସରପଂଚ ବେବିନା ମଲ୍ଲିକ,ଅଶ୍ୱିନୀ କୁମାର ବିଶ୍ୱାଳ, ଗୋପାଳ ଚନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ନିତ୍ୟାନନ୍ଦ ବିଶ୍ୱାଳ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଅଧ୍ୟାପକ ଶୁକାନ୍ତ କୁମାର ବିଶ୍ୱାଳ,କୁମାରୀ ଅଙ୍କିତା ବିଶ୍ୱାଳ,ଆବାହକ ସୂର୍ଯ୍ୟମଣୀ ବିଶ୍ୱାଳ ପ୍ରମୁଖ ବଳିଦାନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହିତ ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ । ଶେଷରେ ଦେବବ୍ରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଏଥିରେ ଆଖପାଖ ଗାଂର ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।
