ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନିରୀହ ଷଣ୍ଢର ଜୀବନ ଗଲା
ଅନୁଗୋଳ ଅନ୍ତର୍ଗତ ନାଲକୋ କୋଲନୀର ପୁରୁଣା କୋ ଅପରେଟିଭ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଏକ ବୁଲା ଷଣ୍ଢର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଘଟଣା ସ୍ଥଳର ପରିସ୍ଥିତି ଦେଖି ବିଦ୍ୟୁତ ସ୍ପର୍ଶ ଯୋଗୁଁ ଷଣ୍ଢର ମୃତ୍ୟୁ ଘଟି ଥିବା ସନ୍ଦେହ କରା ଯାଉ ଥିଲେ ମଧ୍ୟ ଏନେଇ କୌଣସି ସରକାରୀ ପୁଷ୍ଟି ମିଳି ନାହିଁ । ସୂଚନା ଅନୁସାରେ ମୃତ ଷଣ୍ଢ ଟିର ଦେହ ଏକ ବିଦ୍ୟୁତ ଜଙ୍କସନ ବକ୍ସ ଉପରେ ପଡ଼ିଥିବା ଦେଖା ଯାଇଛି । ଏହାକୁ ଦେଖି ସ୍ଥାନୀୟ ଲୋକମାନେ କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଏହି ଘଟଣା ପରେ ନାଲକୋ ବିଦ୍ୟୁତ ବିଭାଗର କାର୍ଯ୍ୟ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି
ସ୍ଥାନୀୟଙ୍କ ଅଭିଯୋଗ
କେତେକ ସ୍ଥାନରେ ବିଦ୍ୟୁତ ଜଙ୍କସନ ବକ୍ସ ଅନ୍ୟାନ୍ୟ ବିଦ୍ୟୁତ ସରଜାମ ଅସୁରକ୍ଷିତ ଓ ଖୋଲା ମେଳା ଅବସ୍ଥାରେ ପଡ଼ି ରହିଛି । ଏଭଳି ଅବହେଳା ଯୋଗୁଁ ଯଦି ଅହି ଘଟଣା ଘଟିଥାଏ । ତେବେ ଏହା ଗୁରୁତର ବିଷୟ ବୋଲି ବୁଦ୍ଧି ଜିବୀ ମହଲରେ ମତ ପ୍ରକାଶ ପାଉଛି ଘଟଣାର ନିର ପେକ୍ଷ ତଦନ୍ତ କରି ପ୍ରକୃତ କାରଣ ଜଣା ପଡ଼ିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦ କ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।
ଏହି ପରି ଭବିଷ୍ୟତରେ ଏପରି ଅଘଟଣ ରୋକିବା ପାଇଁ ଅସୁରକ୍ଷିତ ବିଦ୍ୟୁତ ସରଜାମ ତୁରନ୍ତ ମରାମତି ଓ ସୁରକ୍ଷା ବ୍ୟବସ୍ତା କରିବାକୁ ଦାବି ହୋଇଛି ।
ତାଳଚେରରୁ କୃତ୍ତିବାସ ନାୟକଙ୍କୁ ରିପୋର୍ଟ ଭଞ୍ଜଦୂତ ଖବର
