ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
କାମାକ୍ଷାନଗର —
କାମାକ୍ଷାନଗର ମହାବିଦ୍ୟାଳୟ ସଭାଗୃହ ଠାରେ ମହାବିଦ୍ୟାଳୟ ର ଦୁଇଜଣ ବିଭାଗୀୟ ମୁଖ୍ୟ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି l ଦୀର୍ଘବର୍ଷ ଧରି ମହାବିଦ୍ୟାଳୟ ର ପଦାର୍ଥବିଜ୍ଞାନ ବିଭାଗ ର ମୁଖ୍ୟ ରଞ୍ଜନ କୁମାର ପୃଷ୍ଟି ଏବଂ ଉଦ୍ଭିଦବିଜ୍ଞାନ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ସୁଭାସିନୀ ସାଥୁଆ ମହାପାତ୍ର ଙ୍କ ଚାକିରୀ ଜୀବନ ର ଅବସର ଉଦେଶ୍ୟ ରେ ଏହି ସଭା ଅନୁଷ୍ଠିତ ହୋଇଛି l ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ସଭା ରେ ଉଭୟ ବିଭାଗୀୟ ମୁଖ୍ୟ ଙ୍କୁ ମହାବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଉଭୟ ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଙ୍କୁ ମହାବିଦ୍ୟାଳୟ ତରଫରୁ ମାନପତ୍ର, ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ଅବସରକାଳୀନ ଆଗାମୀ ଜୀବନ ର ସୁଖସମୃଦ୍ଧି କାମନା କରାଯାଇଛି l ରଞ୍ଜନ କୁମାର ପୃଷ୍ଟି ଓ ସୁଭାଗିନୀ ସାଥୁଆ ମହାପାତ୍ର ଉଭୟ ଅମାୟିକ, କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଏବଂ କର୍ମଠ ପ୍ରାଧ୍ୟାପକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ l ଅନେକ ବର୍ଷ ଧରି କାମାକ୍ଷାନଗର ମହାବିଦ୍ୟାଳୟ ରେ ଉଭୟ କାର୍ଯ୍ୟ କରି ଆସୁଥିବା ବେଳେ ମହାବିଦ୍ୟାଳୟ ର ଉନ୍ନତି, ଶୈକ୍ଷିକ ପରିବେଶ ସୃଷ୍ଟି, ଶିକ୍ଷାପାଇଁ ସମର୍ପିତ ଭାବନା ଇତ୍ୟାଦି କ୍ଷେତ୍ର ରେ ଉଭୟ ବିଭିନ୍ନ କାର୍ଯ୍ୟ କରି ଆସୁଥିଲେ l ସେଥିପାଇଁ ବିଦାୟକାଳୀନ ସଭା ଅବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସେମାନଙ୍କୁ ମନେ ପକାଇବା ସହ ସେମାନଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ l ଏହି ଅବସରରେ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ମୁଖ୍ୟ ସତ୍ୟନାରାୟଣ ମିଶ୍ର ସଭା ପରିଚାଳନା କରିଥିଲେ l
