ସଂଯୁକ୍ତ କୃଷକ ସଂଗଠନ ତରଫରୁ ସାମ୍ବାଦିକ ସମ୍ମିଳନୀ
ବରଗଡ଼ :୦୩.୦୭.(ନି ପ୍ର )ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ କେନ୍ଦ୍ର ସ୍ଵରାଷ୍ଟ୍ର ଓ ସମବାୟ ମନ୍ତ୍ରୀଙ୍କ ଉଦେଶ୍ୟରେ ୧୨ ଦଫା ଦାବିପତ୍ର ଏବଂ ରବି ଋତୁ ଧାନ କିଣା, ସାର କଳାବଜାରୀ,ବିହନ କେନାଲ ପାଣି ଓ ଏଲ ନିନୋ ବିପର୍ଯୟ ପ୍ରସଙ୍ଗରେ ସାଙ୍ଗଠନିକ ମତ ବିନିମୟ ପାଇଁ ସାମ୍ବାଦିକ ସମିଳନୀ କରାଯାଇଥିଲା। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ବରଗଡ଼ ଗ୍ରସ୍ଥ ଓ କୃଷି ଭିତ୍ତିକ ଶିଳ୍ପ ଇଥନାଲ ଫେକ୍ଟରୀ ଉଦଘାଟନକୁ ସ୍ୱାଗତ କରିବା ସହିତ ବରଗଡ଼ ଜିଲ୍ଲାର ଉନ୍ନତି ପାଇଁ ୧୨ ଗୋଟି ପ୍ରସ୍ତାବ ମଧ୍ୟ ରଖିଥିଲେ। ସଂଗଠନର ଦାବୀ ମୁତାବକ ବରଗଡ଼ ଜିଲ୍ଲା ଧାନ ଚାଷ ପାଇଁ ପ୍ରସିଦ୍ଧ,ହେଲେ କାହିଁକ ତୈଲଜାତୀୟ ଚାଷ ପାଇଁ ନୀତି କରାଯାଇଛି ଯାହାକୁ କୃଷକମାନେ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ପୁରୁଣା ରୁଗ୍ଣ ଫେକ୍ଟ୍ରିର ପୁନଃରୁଦ୍ଧାର ଏବଂ ନୂତନ ଫେକ୍ଟ୍ରି ଶକ୍ତିଶାଳୀ କରାଯାଉ,ବଞ୍ଚିତ ୫ ହଜାର ଚାଷୀଙ୍କୁ ଟୋକନ ପ୍ରଦାନ କରି ଧାନ କିଣା ଯାଉ,ଧାନ କିଣା ପାଇଁ କେନ୍ଦ୍ରିକାରଣ ବ୍ୟବସ୍ଥା ପରିବର୍ତ୍ତେ ଜିଲ୍ଲାକୁ କ୍ଷମତା ଦିଆଯାଉ, ସାର ଏବଂ ବିହନ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉ, ପ୍ରତି ବ୍ଲକରେ ଶୀତଳଭଣ୍ଡର ଏବଂ ଗୋଦାମ ଗୃହ ନିର୍ମାଣ କରାଯାଉ,ସୋସାଇଟି ଏବଂ କୃଷକ ଉତ୍ପାଦକ ମଧ୍ୟରେ ସମନବୟ ରକ୍ଷା କରାଯାଉ। ନିଃଶୁଳ୍କ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା କମ୍ପାନୀ ହାତରେ ନ ଦେଇ ସରକାର ପରିଚାଳନା କରିବା ସହିତ ସେଟଲାଇଟ ପରିବର୍ତ୍ତେ ସରଜମୀନ ତଦନ୍ତକୁ ଗୁରୁତ୍ୱ ଦିଆଯାଉ। କୃଷି ଭିତ୍ତିକ ଶିଳ୍ପ ନିର୍ମାଣ, ଜଳସେଚନ ବୃଦ୍ଧି, ଆଧୁନିକ ଚାଷ, କୃଷି ବିଶ୍ୱ ବିଦ୍ୟାଳୟ, ଏବଂ ଗନ୍ଧମାର୍ଦନ ପର୍ବତକୁ ଜାତୀୟ ଔଷଧ ଉଦ୍ୟାନ ଏବଂ ବରଗଡ଼ କୃଷି ଜିଲ୍ଲା ଘୋଷଣା ଅନ୍ୟତମ। ଅମିତ ସାହା ଙ୍କ କାର୍ଯ୍ୟକ୍ରମ ବାତିଲ କାରଣରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପଠାଇ ଦିଆଯାଇଛି ବୋଲି କହିଥିଲେ।
ବରଗଡ଼ ଜିଲ୍ଲାରେ ରବି ଋତୁ ଧାନ କିଣା ଯେତିକି ଜଟିଳ ସେତିକି ଅସ୍ପଷ୍ଟ ଓ ବିଫଳ ବୋଲି ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ମାନେ ଅବିହିତ କରିଛନ୍ତି। ଜିଲ୍ଲାରେ ୫ ହଜାର ଚାଷ ଟୋକନ ପାଇନାହାନ୍ତି, ୨୦/୨୫ ହଜାର ଚାଷୀଙ୍କ ଜମି ତୁଳନାରେ କମ ଟୋକନ ଆସିଛି ଏବଂ କାଗଜପତ୍ରରେ ଧାନ କିଣା ସାରିଥିଲେ ମଧ୍ୟ ବିଭିନ୍ନ ମଣ୍ଡିରେ ୨ଲକ୍ଷ ୫୦ ହଜାର କ୍ୟୁଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଅତାବିରା ଆର ଏମ ସିର ଅତାବିରାରେ ୨୦ ହଜାର, ଅରେଇଗୁଡ଼ିରେ ୧୮ ହଜାର, ବସେକେଲାରେ ୧୩ ହଜାର, ରେଶମରେ ୨୪ ହଜାର, ସାଲ୍ହେପାଲିରେ ୨୦ ହଜାର,ତେନ୍ତୁଳି ଟିକ୍ରାରେ ୪୫ ହଜାର, ପଦ୍ମପୁର ଆର ଏମ ସିର ଜାମସେଟରେ ୪୯ ହଜାର, ପାଇକମାଳରେ ୬୨ ହଜାର, ବରଗଡ଼ ଆର ଏମ ସି ର ତୁଳଣ୍ଡିରେ ୨୫ ହଜାର ଏବଂ କୁମ୍ଭାରୀ ମଣ୍ଡିରେ ୨୫ ହଜାର ପକେଟ ଧାନ ପଡିଛି। ଏହି ଧାନ ମିଳକୁ ନ ଗଲେ ଚାଷୀ ଧାନ ବିକ୍ରି କରିଥିଲେ ସୁଦ୍ଧା ଟଙ୍କା ପାଇବ ନାହିଁ ଏବଂ ଯଦି ଧାନ ନଷ୍ଟ ହେବ ତାହାହେଲେ ଚାଷୀର କ୍ଷତି ହେଉଥିବା ସଙ୍ଗଠନ ତରଫରୁ କହାଯାଇଛି। ଏଣୁ ଯଦି ସୋମବାର ଦିନ ପର୍ଯ୍ୟନ୍ତ ବିକ୍ରି ଧାନର ପ୍ରାପ୍ୟ ଚାଷୀ ନ ପାଇଛି ତାହାହେଲେ ଧାନ ରଖି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ସୁବାସ ସାମନ୍ତରାୟ, ରୋହିତ ପଧାନ, ସୁଦାମ ପାତ୍ର, ଭିଜନ ପାଢ଼ୀ, ନିରଞ୍ଜନ ପଧାନ, ପ୍ରଭାତ ସାହୁ, ଈଶାନ୍ତ ଭୋଇ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, କିଶୋର ସାହୁ, ସୁରେଶ ନିକେଣ୍ଟି ଏବଂ ଗନ୍ଧମାର୍ଦନ ଯୁବ ପରିଷଦର ପୂର୍ବତନ ଆବାହକ ରାଜକୁମାର ସେଟ ଉପସ୍ଥିତ ଥିଲେ।
