ନୁହାମାଳିଆରେ ନିଳାମ୍ବରେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
____________________
ସାରସକଣା:(୩/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଉପାନ୍ତ ଆଦିବାସୀ ବହୁଳ ସାରସକଣା ବ୍ଲକ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ମିଳନ ବହୁ ଭାଷାଭାଷୀ ସଂପ୍ରଦାୟର ଜନବସତି ଭୁରୁଷାଣୀ ପଞ୍ଚାୟତର ନୁହାମାଳିଆ ଏକ ଗ୍ରାମ । ଗ୍ରାମରେ ବସବାସ କରୁଥିବା ଦୁଇ ଶହରୁ ଊର୍ଦ୍ଧ୍ୱ ପରିବାର ମଧ୍ୟରେ ବିଶେଷ କରି ବିଭିନ୍ନ ସଂପ୍ରଦାୟର ଯଥା:- ଓଡ଼ିଆ, ଭୂୟାଁ, ବାଥୁଡ଼ି, କୁମ୍ଭକାର, ନାପିତ,ସଦଗୋପ ପରି ଅନେକ ଭିନ୍ନ ଭିନ୍ନ ଜାତିର ଜନସାଧାରଣ ବସବାସ କରନ୍ତି । ଗ୍ରାମ ବାସୀଙ୍କ ମଧ୍ୟରେ ଏପରି ଏକ ଏକତା ସମ୍ପର୍କ ସ୍ଥାପିତ ଯେ ଗ୍ରାମର ବାସିନ୍ଦାମାନେ ଏକତ୍ରିତ ହୋଇ ଗ୍ରାମରେ ଏକ ଧାର୍ମିକ ହିନ୍ଦୁତ୍ୱକୁ ବଜାଇ ରଖିବା ପାଇଁ ଚେଷ୍ଟା କଲେ ଏକ ରାମ ମନ୍ଦିର ଓ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଶେଷରେ ସମସ୍ତଙ୍କ ଚ଼େଷ୍ଟା, ସାହାଯ୍ୟ, ସହାନୁଭୂତିକୁ ନେଇ ଗଢି ଉଠିଲା ଏକ ଶୈବ ପୀଠ ଶ୍ରୀ ଶ୍ରୀ ନିଳାମ୍ବରେଶ୍ଵର ମନ୍ଦିର । ଏହାର ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମବାସୀ ସମୂହେ ଏକତ୍ରିତ ହୋଇ ଗଢି ତୋଳିଲେ ନୂତନ ଶିବ ମନ୍ଦିର । ଏ ପରିପ୍ରେକ୍ଷୀରେ ଗତ ୨୯ ତାରିଖ ସୋମବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଦିବସ ପୂର୍ଣ୍ଣିମା ତିଥିରେ ନିଳାମ୍ବରେଶ୍ୱର ନୂତନ ଶିବ ମନ୍ଦିରର ଅଙ୍କୁରାରୋପଣ ଓ ଅଧିବାସ କର୍ମ ଯଜ୍ଞ ପଣ୍ଡିତ ଆଚାର୍ଯ୍ୟ ମାନଙ୍କୁ ନେଇ ଶୁଭାରମ୍ଭ କରାଗଲା । ଉକ୍ତ ଦିବସ ସଂଧ୍ୟା ୭ ଘଟିକା ସମୟରେ ଯଜ୍ଞ ମଣ୍ଡପର ଐଶ୍ୟନ୍ୟ କୋଣରେ ପଞ୍ଚଦେବ ପୂଜନ କରାଯାଇଥିଲା । ତତ୍ ପରଦିନ ଅର୍ଥାତ ଦ୍ୱିତୀୟ ଦିବସ ମଙ୍ଗଳବାର ୩୦ ତାରିଖ ଦିନ ନିକଟସ୍ଥ ପାଣ୍ଡରା ଗ୍ରାମର ବାବା ପାଣ୍ଡବେଶ୍ଵର ମହାଦେବଙ୍କ ଆଜ୍ଞାମାଳ ଆଣି ଗ୍ରାମବାସୀ ଗଣ ଏକତ୍ରିତ ହୋଇ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରବାହିତ ସ୍ଵର୍ଣ୍ଣମୟୀ ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟରୁ ସହସ୍ରାଧିକ ଶ୍ରଦ୍ଧାଳୁ ମହିଳା ପୁରୁଷ ଘଟ ଉତ୍ତୋଳନ କରି ଦୀର୍ଘ ୧୦ କି.ମି. ପଥ ଶୋଭାଯାତ୍ରାରେ ଆସି ନୁହାମାଳିଆ ଗ୍ରାମ ନୂତନ ଶିବ ମନ୍ଦିର ପ୍ରତିଷ୍ଠାର ଯଜ୍ଞ ମଣ୍ଡପରେ ଘଟ ସ୍ଥାପନା କରିଥିଲେ । ତତ୍ପରେ ମୁଖ୍ୟ ବେଦ ପାଠକ ପଣ୍ଡିତ ଶିଶିର ଚ଼ନ୍ଦ୍ର ପଣ୍ଡା ଓ ଯଜ୍ଞ ଆଚ଼ାର୍ଯ୍ୟ ସଞ୍ଜୟ ପାହାଡ଼ି ଯଜ୍ଞ ପରିଚାଳକ ଭବତଷୋ ମିଶ୍ର ଙ୍କ ପରିଚାଳନାରେ ସଂକଳ୍ପ ଧାରୀ ତାପସ ସାହୁ ତାଙ୍କ ସହଧର୍ମିଣୀ ରାନିମା ସାହୁ ଏବଂ ମଧୁସୂଦନ ନାଏକ ଓ ତାଙ୍କ ସହଧର୍ମିଣୀ ନିନୀ ବାଳା ନାଏକ ଙ୍କ ସଂକଳ୍ପରେ ବିଗ୍ରହ ମାନଙ୍କ ଧାନାଭିଷେକ କରି ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କର୍ମଣ କରାଯାଇ ଥିଲା। ଉକ୍ତ ପର୍ବ ପରେ ଯଜ୍ଞ ଆଚାର୍ଯ୍ୟ ସଂଞ୍ଜୟ ପାହାଡ଼ିଙ୍କ ତତ୍ବାବଧାନରେ ଆଚାର୍ଯ୍ୟ ନବକୁମାର ମହାପାତ୍ର , ଗ୍ରହଦିଗପାଳ ପୂଜନ , ବିଷ୍ଣୁଭଦ୍ର ମଣ୍ଡଳୀ ପୂଜକ ଝାଡ଼େଶ୍ଵର ରଥ ଓ ବାସ୍ତୁ ମଣ୍ଡଳ ପୂଜକ ଚ଼ନ୍ଦନ ଆଚାର୍ଯ୍ୟ ଓ ସଞ୍ଜବ କୁମାର ପଣ୍ଡାଙ୍କ ଦ୍ବାରା ଅଷ୍ଟାଦୋଶ ମାତୃ ପୂଜା ସହିତ ଆରତୀ କରାଯାଇଥିଲା । ସେହିପରି ତତ୍ପରେ ୧ତାରିଖ ବୁଧବାର ତୃତୀୟ ଦିବସର ପ୍ରାତଃରେ ଯଜ୍ଞ ପଣ୍ଡିତଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ସୂର୍ଯ୍ୟପୂଜା,ଗୋପୂଜା, ଦ୍ଵାରପାଳ ପୂଜା , ମଣ୍ଡାଳାଦି ପୂଜା କରି ବିଗ୍ରହଙ୍କୁ ଜଳାଭିଷେକ ସହିତ ହୋମ ଚ଼ଣ୍ଡୀପାଠ ଆଦି କରାଯାଇ ପ୍ରଭୁ ନିଳାମ୍ବରେଶ୍ଵର ମହାଦେବଙ୍କ ବିଗ୍ରହକୁ ନୂତନ ମନ୍ଦିରରେ ପ୍ରବେଶ କରାଇ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଗତକାଲି ଗୁରୁବାର ପୂର୍ଣ୍ଣାହୂତି ଦିବସରେ ଗ୍ରାମ ପୁରୋହିତ ଗୋପାଳ ପଣ୍ଡାଙ୍କ ତତ୍ବାବଧାନରେ ବାବା ନିଳାମ୍ବରେଶ୍ଵର ମହାଦେବଙ୍କୁ ଯଜ୍ଞାଦି ଆଚାର୍ଯ୍ୟଗଣ ଷୋଡ଼ସ ଉପଚାର କରି ବଡ଼ସିଂଗାର ବେଶରେ ସଜ୍ଜିତ କରି ପୂର୍ଣ୍ଣାହ୍ଵତି ପ୍ରଦାନ କରି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଅନୁମୋଦନ ପ୍ରାପ୍ତ ପ୍ରଦାନ କରିଥିଲେ । ଉକ୍ତ ଧାର୍ମିକ ପାଞ୍ଚଦିବସ ବ୍ୟାପୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପଲକ୍ଷେ ଦୈନ୍ୟଦିନ ଭକ୍ତଙ୍କ ଆଗମନ ଦେଖି ଗ୍ରାମବାସୀଙ୍କ ଦ୍ବାରା ଭକ୍ତଙ୍କୁ ଥଣ୍ଡା ପାନୀୟ ଜଳ ସହିତ ଅନ୍ନ ପ୍ରସାଦ ଯୋଗାଇ ଦିଆଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ଗ୍ରାମର ପ୍ରବୀର କୁମାର ନାଏକ, ପୁରୁଷୋତ୍ତମ ପୃଷ୍ଟି, ସତ୍ୟରଞ୍ଜନ ସାହୁ, ଅଜିତ କୁମାର ସାହୁ ଙ୍କ ସହିତ ଗ୍ରାମବାସୀ ଗଣ ପୂର୍ଣ୍ଣ ସହଯୋଗ କରି ପରିଚାଳନା କରିଥିଲେ । ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
