*ଅବସର ପ୍ରାପ୍ତ ଶିକ୍ଷକ କୋଦଣ୍ଡ ଧର ସାହୁ ଙ୍କ ବିୟୋଗରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଶୋକ ।*(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ
ଗଁଦିଆ ବ୍ଲକ ତା ୪.୭.୨୦୨୬
ଗଁଦିଆ ବ୍ଳକ ର ଅବସର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି କୋଦଣ୍ଡ ଧର ସାହୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଜୁଲାଇ ମାସ ୪ ତାରିଖ ସକାଳ ସମୟରେ ତାଙ୍କର ବଡ ପୁଅ ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଙ୍କ ଭୁବନେଶ୍ୱର ବାସ ଭବନ ରେ ଇହଲୀଳା ସମ୍ବରଣ କରିଛନ୍ତି।୧୯୩୯ ମସିହା ମଇ ମାସ ପନ୍ଦର ତାରିଖ ଦିନ ସେ ଗଁଦିଆ ବ୍ଳକ ର ବାଇ ସିଂହା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ। ଗଁଦିଆ ନବ ଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଲେଇଜଙ୍ଗ ଗ୍ରାମ ରେ ପ୍ରାୟ ୬୫ ବର୍ଷ ଧରି ସ୍ଥାୟୀ ବାସିନ୍ଦା ଭାବେ ରହି ଇଲେଇଜଙ୍ଗ ଅଷ୍ଟପ୍ରହରୀ ନାମଜଜ୍ଞ ର କର୍ତ୍ତା ଭାବେ କାର୍ଯ୍ୟ କରିବା ସହିତ ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ୮୭ ବର୍ଷ ବୟସରେ ସେ ଜୁଲାଇ ୪ ତାରିଖ ସକାଳ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମର ଶରୀର କୁ ନିଜ ଗ୍ରାମ ଇଲେଇଜଙ୍ଗ କୁ ଅଣାଯାଇ ପୁରୀ ସ୍ବର୍ଗ ଦ୍ବାର ରେ ଶବ ସତ୍କାର କରାଯିବ ବୋଲିପୁତ୍ର, ଶରତ, ଶିଶିର, ଶ୍ରୀବତ୍ସ ଓ ବୁଢା ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
