ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ ।
ପୁରୁଷୋତ୍ତମପୁର,୦୩/୦୭(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ବେଳେ ଜଣେ ବ୍ୟକ୍ତିଙ୍କ ମୃତ ଗୁରୁବାର ଦିନ ପ୍ରାୟ ପୁର୍ବାହ୍ନ ୧୨ଘଣ୍ଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି ।ମୃତକଙ୍କ ନାମ ବାବୁ ଶାସମଲ ପିତା ଗୋବିନ୍ଦ ଶାସମଲ ବୟସ ପ୍ରାୟ ୪୮ ଗ୍ରାମ ନାଇଡୁପଲ୍ଲୀ ବେଳେ ଗୁରୁତର ଆହତ ଜଣଙ୍କ ମନୋଜ ସ୍ବାଇଁ ପିତା ଗୋବିନ୍ଦ ସ୍ବାଇଁ ବୟସ ପ୍ରାୟ ୫୦ ଗ୍ରାମ ଭାଟକୁମରଡା ବୋଲି ଜଣାପଡିଛି ।ସୁଚନାମୁତାବକ
ଦୁଇ ବନ୍ଧୁ କୌଣସି କାମରେ ନିକଟସ୍ଥ ଗ୍ରାମ ଭାବନ୍ଧରୁ ତାଙ୍କର ଇ ସ୍କୁଟି ଯୋଗେ ଯାହାର ନମ୍ବର OD07AY 9710 କୁ ଗୋଟିଏ ହାଇଓ୍ବା ଯାହାର ନମ୍ବର OD04L 0448 କୁ ଧକ୍କା ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟକୁମରଡାର ଅତି ନିକଟରୁ ଏହି ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଆରୋହୀ ଜଣଙ୍କ ଘଟଣା ସ୍ଥଳରେ ମୃତ ଘଟିଛି ଏବଂ ସ୍କୁଟିରେ ବସିଥିବା ଜଣଙ୍କ ଗୁରୁତର ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଚିକିତ୍ସିତ ନେଇ ପଠାଯାଇଛି । ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ବ୍ରହ୍ମପୁର ପୁରୁଷୋତ୍ତମପୁର ରାସ୍ତା ଉପରେ ଧାରଣା ଦେଇଥିଲେ । ଖବର ପାଇ ପୁରୁଷୋତ୍ତମପୁର ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣୀ ସେଠୀ , ତହସିଲଦାର ବିନୋଦ କୁମାର ବେହେରା ଏବଂ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍ୟ କରିବା ନେଇ ଘୋଷଣା ପରେ ପରେ ମୃତ ବାବୁ ଶାସମଲଙ୍କ ମରଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ପୁରୁଷୋତ୍ତମପୁର ପୋଲିସ ଦୁର୍ଘଟଣା ହେବା ଉପରେ ତଦନ୍ତ କରୁଥିବା ପୋଲିସ ସୁତ୍ରରୁ ଜଣାପଡିଛି ।
