ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ।
ବୁଗୁଡ଼ା,୦୩/୦୭(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଠାରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ ହେଇଯାଇଛି। ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତମ୍ ସ୍ୱାଗତମ୍ ଗୀତ ପରିବେଷଣ କରାଯାଇଥିଲା,ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳର ବନଖଣ୍ଡ ଅଧିକାରୀ ମାନସ କୁମାର ସାହୁ, ମୁଖ୍ୟବକ୍ତା ଗୋପାଳ ପାତ୍ର,ସମ୍ମାନିତ ଅତିଥି ଭାବେ ବିଦେଶୀ ସାହୁ, କାଶୀନାଥ ସାହୁ, ସୁଶାନ୍ତ କୁମାର ସେଠୀ (ସି ଆର୍ ସି ସି) ମୋଟାବାଡି ପଞ୍ଚାୟତ ର ସରପଞ୍ଚ ପିଣ୍ଟୁ କୁମାର ସେଠୀ, ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ବିଦ୍ୟାଳୟର ସଭାପତି ଶିବଶଙ୍କର ମହାରଣା,(ପିଟିଏ)ବୁଗୁଡ଼ା ବନପାଳ ସୁଧିର ପଟ୍ଟନାୟକ,ବାଲିପଦର ବନପାଳ ଅଭିରାମ ଖିଲ, ବୁଗୁଡ଼ା ବନରକ୍ଷୀ ପ୍ରିୟଙ୍କା ବେହେରା ଦଳେଇ, ଯଶଶ୍ୱିନୀ ସାହୁ ଏଵଂ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଲୁମୁନି ଗୃପ ସଭାପତି ବାବୁଲି ମହାରଣା,ଏଵଂ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଏହି ବୃକ୍ଷ ରୋପଣ କାର୍ଯକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣର ମାହାତ୍ମ୍ୟ ବୁଝାଇଥିଲେ । ସାରା ବିଶ୍ୱକୁ ରକ୍ଷା କରିବାର ଏକ ମାଧ୍ୟମ ହେଊଛି ବ୍ୟାପକ ବୃକ୍ଷ ରୋପଣ ଏହି ମତ ପ୍ରକାଶ ପାଇଥିଲା। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ସାମଲ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
