ବାଉଁଶପୋଖରୀ ରାସ୍ତା ନିର୍ମାଣରେ ଅନିୟମିତତା ! (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ବାଉଁଶପୋଖର-ମହୀଧରପଡ଼ା ରାସ୍ତା କାମ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟସ୍ଥଳରେ ସଂପୃକ୍ତ ଠିକାଦାରଙ୍କ ଦେଖା ମିଳୁ ନଥିବାବେଳେ ବିନା ସୂଚନାଫଳକରେ କାମ ଚାଲୁଥିବା ଅଭିଯୋଗ ହୋଇଛି। ରାସ୍ତା କାମ ଅନିୟମିତତା ହେଉଥିବାରୁ ଏହାର ପ୍ରତିବାଦରେ ବଡ଼ ଧରଣର ଆନ୍ଦୋଳନ ପାଇଁ ବିଭିନ୍ନ ଗ୍ରାମରେ କମିଟି ଗଠନ କରାଯାଇ ରାଜ ରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେଣି। ସୂଚନା ଅନୁସାରେ,ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀଠାରୁ ମହୀଧରପଡା ୮ କିମି ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ରହିଛି। ହିନ୍ଦୋଳ ଆର୍ଡି ଅଧୀନରେ ଥିବା ଏହି ରାସ୍ତା ଅନୁଗୋଳ ବନ୍ତଳାକୁ ସଂଯୋଗ କରୁଥିବାରୁ ଦୁଇ ଶହରୁ ଊର୍ଦ୍ଧ୍ବ ରାଜସ୍ବ ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଲୋକଙ୍କ ବହୁ ଦାବୀ ପରେ ଏହି ରାସ୍ତା କାମ ଆସନ୍ତା ୨୦୨୭ ମାର୍ଚ୍ଚ ଭିତରେ ସମ୍ପୂର୍ଣ ହେବା ଏଗ୍ରିମେଣ୍ଟରେ ରହିଛି। ରାସ୍ତା କାମ ଠିକ୍ ଢଙ୍ଗରେ ହେଉ ନଥିବାରୁ ପ୍ରମୋଦ ପ୍ରଧାନ,ଅନିଲ ବିଶ୍ବାଳ,ପୂର୍ଣଚନ୍ଦ୍ର ଅମାନୁ,ନନ୍ଦ କିଶୋର ଅମାନୁ,ନରେନ୍ଦ୍ର ଦାସ,ପବିତ୍ର ମୋହନ ସାହୁ,ମଙ୍ଗରାଜ ସାହୁ,ସଂଗ୍ରାମ ଦାସ,ପ୍ରଭାସ ରଂଜନ ସାହୁ,ମନୋରଞ୍ଜନ ଅମାନ୍ତ,ମନୋରଞ୍ଜନ ବିଶ୍ବାଳ,ଲଳିତ କୁମାର ବିଶ୍ବାଳ,ଭାବଗ୍ରାହୀ ବିଶ୍ବାଳ,ସୁଶାନ୍ତି ମାହାଲିକ,ବାବୁ ସେଠୀ,ଉପେନ୍ଦ୍ର ବିଶ୍ବାଳ,ରଞ୍ଜନ ସାହୁ,ପବିତ୍ର କୁମାର ସାହୁ,ଅଜିତ୍ ବିଶ୍ବାଳ,ବିମଳ ବିଶ୍ବାଳ ପ୍ରମୁଖ ଗ୍ରାମବାସୀ କମିଟି ଗଠନ କରି ୭ ଦିନ ଭିତରେ ସୂଚନାଫଳକ ନଥାଇ ଚାଲିଛି କାମ ବହୁ ଦାବି ଓ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ୧୫ କୋଟି ୪୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ତାଳଚେର ପ୍ରଧାନ କନଷ୍ଟ୍ରକସନ୍ ଏହି ରାସ୍ତା କାମର ଟେଣ୍ଡର ନେଇଛି! ଶୁଭ ଦେବାର ୪ ମାସ ବିତି ଯାଇଥିଲେ ହେଁ ରାସ୍ତା କାମ ସଂପୃକ୍ତ ଠିକାଦାର ଆରମ୍ଭ କରି ନଥିଲେ। ରାସ୍ତା କାମ ବିଳମ୍ବ ହେବାରୁ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବା ଫଳରେ ବିଭାଗୀୟ ଅଧିକାରୀଙ୍କ ଚାପରେ ଅଳ୍ପ କିଛି ଦିନ ହେବ କାମ ଆରମ୍ଭ ଚାଲିଛି। ରାସ୍ତାର ମୁଖ୍ୟ ଫାଟକଠାରୁ କାମ ଆରମ୍ଭ ନକରି ଲୁଚାଛପା ଭାବେ ରାତି ଅଧରେ ଜଙ୍ଗଲ ପାଖରୁ ରାସ୍ତା ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି। ଠିକାଦାର କାମ ପାଖକୁ ନଆସି ହିନ୍ଦୋଳର ଦୁଇ ଜଣ ଲୋକଙ୍କୁ ପାଖରେ ରଖି ଲୋକଙ୍କୁ ଭୟଭୀତ କରାଇ ନିମ୍ନମାନର ମନ ଇଚ୍ଛା କାମ କରିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଥମେ ପୁରୁଣା ରାସ୍ତା ଖୋଳି ମେଟାଲ,ପିଚୁ ଆଦି ସେଠାରୁ ବାହାର କରିବା ପରେ ରୋଲ୍ର ଦ୍ବାରା ଚାପି ରୋଲିଂ କରିବା ନିୟମ ରହିଛି। ରୋଲ୍ର ଚାପିବା ପରେ ଡଷ୍ଟ୍ ସହିତ ୨୦/୧୦ ସାଇଜ୍ ମେଟାଲ ରାସ୍ତାରେ ବିଛାଯାଇ ପୁଣି ଥରେ ରୋଲିଂ କରିବା ପରେ ପାଣି ପକାଇ ରାସ୍ତାକୁ ମଜବୁତ୍ କରିବା ନିୟମ ଥିଲେ ହେଁ ଏ ସବୁ କାମକୁ ଉପେକ୍ଷା କରାଯାଇ ସନ୍ଧ୍ୟା ପରେ କାମ ଚାଲିଛି। ଲୋକେ ଯଦି ଅଭିଯୋଗ କରୁଛନ୍ତି,ଲୋକଙ୍କୁ ଠିକାଦାରଙ୍କ ଲୋକ ଭୟଭୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ହିନ୍ଦୋଳ ଉପଜିଲ୍ଲାପାଳ,ଆର୍ଡି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ଜିଲ୍ଲାପାଳ,ଶାସନସଚିବ,ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ଦେବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନିମ୍ନମାନର କାମକୁ ନେଇ ଗ୍ରାମୀଣ ବିକାଶ ବିଭାଗୀୟ ଯନ୍ତ୍ରୀ ସତ୍ୟପ୍ରକାଶ ସାମଲଙ୍କୁ ପଚାରିବାରୁ ସେ କୁହନ୍ତି,ମୁଁ ବାରମ୍ବାର ଠିକାଦାରକୁ କହିବା ସତ୍ତ୍ବେ ସେ କଥାକୁ କର୍ଣ୍ଣପାତ କରୁନଥିବା କହିଛନ୍ତି।
