- ବର୍ଷା ମୁକାବିଲା ନିମନ୍ତେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅଗ୍ନିଶମ ସମ୍ପୂର୍ଣ୍ଣ ପ୍ରସ୍ତୁତି।
ବ୍ରହ୍ମପୁର -ସମ୍ଭାବ୍ୟ ପ୍ରବଳରୁ ପ୍ରବଳତର ବର୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଷ୍ଟ୍ରିକିଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି।
ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ପ୍ରବଳରୁ ପ୍ରବଳତର ବର୍ଷାର ସୂଚନା ଜାରି ହୋଇଥିବାରୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳସ୍ଥିତ ଷ୍ଟ୍ରିକିଂଅଗ୍ନିଶମ ବାହିନୀ ପକ୍ଷରୁ ବର୍ଷାଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଓ କର୍ମଶାଳା ସଫଳତାର ସହ ସମାପନ କରାଯାଇଛି।
ଅଗ୍ନିଶ୍ରମଅଧିକାରୀ ରେଞ୍ଜ ବ୍ରହ୍ମପୁର ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅଗ୍ନିଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡିଙ୍କ ତତ୍ତ୍ୱାବଧାନରେ ସହ ଅଗ୍ନି ଅଧିକାରୀ ଶ୍ରୀ ଶିଶିର କାନ୍ତ ସିଂଙ୍କ ନେତୃତ୍ୱରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବ୍ୟାପକ ପ୍ରସ୍ତୁତି ଓ ଯନ୍ତ୍ରପାତି ପରୀକ୍ଷଣ କରାଯାଇଥିଲା।
ଏହି ଅବସରରେ ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଇ ଆର ବି -ଓ ବି ଏମ , ମେଚନିକାଲ ଚାଇନ ସ (କଟର ), ଅସ୍କାଟୱେର ଲାଇଟ ବ୍ୟାଟେରୀ ଅପେରଟେଡ଼ ଟୱେର ଲାଇଟ , ହାଇସମାଷ୍ଟ ଲାଇଟ ଦିୱା୍ଟେରିଙ୍ଗ ପମ୍ପ , ଫ୍ଲୋଟିଙ୍ଗ ପମ୍ପ , ୱାଡିଆ /ଫାଇର ଫ୍ଲୟ ପମ୍ପ , ପୋର୍ଟାଵଲେ ପମ୍ପ , ସ୍କବା ସେଟ , ରେସକୁ ଭେହୀକଲସ ସମେତ ସମସ୍ତ ଆବଶ୍ୟକ ଉଦ୍ଧାର ସରଞ୍ଜାମର ପରୀକ୍ଷଣ, ପ୍ରଦର୍ଶନ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା।
ଏଥିସହିତ ବର୍ଷାଜନିତ ବନ୍ୟା, ଜଳବନ୍ଦୀ, ଗଛ ଉପୁଡ଼ି ପଡ଼ିବା ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଶୀଘ୍ର ଓ ଦକ୍ଷତାର ସହ ଉଦ୍ଧାର କାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ ରେସ୍କ୍ୟୁ କୌଶଳର ପୁନଃପୁନଃ ଅଭ୍ୟାସ କରାଯାଇଥିଲା।
“ସଦା ପ୍ରସ୍ତୁତ, ସଦା ସତର୍କ”
ନୀତିକୁ ଆଧାର କରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଷ୍ଟ୍ରିକିଙ୍ଗ ଫାଇର ଫୋର୍ସ ଯେକୌଣସି ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।
