ଟ୍ରେନ୍ ଆଗକୁ ଡେଇଁ ବୃଦ୍ଧଙ୍କର ଆତ୍ମହତ୍ୟା
ସୋର(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)::: ସୋର ରେଳ ଷ୍ଟେସନ ଦକ୍ଷିଣକୁ ଲିଙ୍ଗପଡ଼ା ଗେଟ ପାଖାପାଖି ଡାଉନ୍ ଲାଇନ୍ରେ ଆଜି ସକାଳ ୧୦.୩୦ ସମୟରେ ଆସିଥିବା ଏକ ମାଲଗାଡ଼ି ଆଗକୁ ଡେଇଁ ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ଘର ଖଇରା ବ୍ଲକ ତୁଡ଼ିଗଡ଼ିଆ ଡାଲଙ୍ଗର ସୁଦର୍ଶନ ଶତପଥୀ (୮୧) ବୋଲି ଜଣାପଡ଼ିଛି। ଖବର ପାଇଁ ସୋର ଆର୍ପିଏଫ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ କେଉଁ କାରଣରୁ ବୃଦ୍ଧ ଜଣକ ଆତ୍ମହତ୍ୟା କଲେ ଜଣାପଡ଼ି ନଥିଲେ ବି ଜିଆର୍ପି ତଦନ୍ତ ଜାରି ରଖିଛି।
