ରଥଯାତ୍ରା ପାଇଁ ଅନନ୍ତପୁର ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ଅନନ୍ତପୁର ଶ୍ରୀ ଜଗନ୍ନାଥ ମନ୍ଦିର ରେ ଚଳିତ ବର୍ଷ ୧୬ ତାରିଖ ରୁ୨୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଓ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ପାଳନ ହେବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନନ୍ତପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ କର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସୋର ପଞ୍ଚାୟତ ସମିତି ଅଧକ୍ଷା ଅନସୂୟା ମଳିକ, ଜ଼ିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ ,ସୋର ଅତିରିକ୍ତ ତହସିଲଦାର ସଂଜୀବ କୁମାର ପାତ୍ର,ଅନନ୍ତପୁର ଥାନା ଏ ଏସ ଆଇ ଜୟପ୍ରକାଶ ବେହେରା ,ଅନନ୍ତପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ବେହେରା , ବିଦ୍ୟୁତ, ଜଳ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ଏଥି ସହ ଭାଗବତ ଗାଦି ମନ୍ଦିର ମହନ୍ତ ବଂଶୀଧର ରାଉତ ତାରିଣୀ ମନ୍ଦିର କମିଟିର ସଂପାଦକ ରଜନୀ କାନ୍ତ ପାଣିଗ୍ରାହୀ , ପୂଜ୍ୟ ପୂଜା ସଂସଦ ର ସମ୍ପାଦକ ଅଜୟ କୁମାର ଦାସ, ବିବେକ ରାଷ୍ଟ୍ର ବାହିନୀ ମୁଖ୍ୟ କ୍ଷିତୀଶ ଜେନା, ଏବଂ ମଙ୍ଗଳା ମନ୍ଦିର କମିଟିର ପ୍ରତିନିଧି, ଜଗନ୍ନାଥମନ୍ଦିର କମିଟି ସଭ୍ୟ ଚିତ୍ତରଞ୍ଜନ ଦାଶ,ବିରଞ୍ଚି ନାରାୟଣ ପଣ୍ଡା ସୁଧାଂଶୁ ଶେଖର କର, ପ୍ରବୀର କୁମାର କର ଲକ୍ଷ୍ମଣ କୁମାର ପାତ୍ର, ନକୁଳ ଚରଣ କର, ଜଗନ୍ନାଥ ଶଙ୍ଖୁଆ, ଶରତ କୁମାର କର, ଭାବଗ୍ରାହୀ ରାଉତ , ସୁଶାନ୍ତ ଦୀକ୍ଷିତ , ରବୀନ୍ଦ୍ର ମହାନ୍ତି, ସ୍ୱରୂପ କୁମାର ଦାସ,ବସନ୍ତ ଘଡେଇ, ରମାକାନ୍ତ ସେନ, ଗଜେନ୍ଦ୍ର ସାହୁ, ସମେତ ବିଭିନ୍ନ ସେବା ସଂଗଠନ ର ପ୍ରତିନିଧି ବୃନ୍ଦ ଉପସ୍ଥିତରହି ଆଲୋଚନାରେ ଭାଗ ନେଇ ଥିଲେ। ବିଜୟ କୁମାର କର ମହାପ୍ରଭୁ ଙ୍କ ଧ୍ୟାନ୍ ମନ୍ତ୍ର ପାଠ କରିବା ପରେ ସଭାପତି ରଥ, ପଥ, ନୀତିକାନ୍ତି ଶୃଙ୍ଖଳିତ ଦର୍ଶନ ଓ ରଥ ଟଣା ଉପରେ ବିଶେଷ ଆଲୋଚନା ହୋଇ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମତ ରଖିଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷ ରେ ସଭ୍ୟ ବସନ୍ତ କୁମାର କର ଧନ୍ୟବାଦ ପ୍ରଦାନ କରିଥିଲେ।
