30/06/2026
*ଅନ୍ତିମ ପ୍ରଯ୍ୟାୟ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ*
ହରଭଙ୍ଗା ବ୍ଲକ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତିମ ପ୍ରଯ୍ୟାୟ ପ୍ରବୋଧନ ତାଲିମ ଶିବିର ଉଦଘାଟିତ l
ମୁଖ୍ୟ ଅତିଥି ଭାବେ ଯୋଗଦେଲେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବରୁଣ ପ୍ରଧାନ l ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ଭୁବନେଶ୍ୱର ସେଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ l ସାଧନକର୍ମୀ ଭାବେ ସି. ଆର. ସି. ସି. ପ୍ରଶାନ୍ତ କୁମାର ସାହୁ, ସି. ଆର. ସି. ସି. ଅର୍ଜୁନ କଅଁର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାମଲ ଓ ଶ୍ରୀଯୁକ୍ତ ରଜତ କୁମାର ନାଏକ ଯୋଗ ଦେଇଥିଲେ l ଏହି ପ୍ରଯ୍ୟାୟରେ ବ୍ଲକର 108 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ 5 ଦିନ ଧରି ଓଡିଶା ପାଠ୍ୟକ୍ରମ ରୂପରେଖ ତଥା ନୂତନ ପାଠ୍ୟ ପୁସ୍ଥକର ବ୍ୟବହାର ସମ୍ପର୍କିତ ତାଲିମ ନେବେ l
