ଜିଲ୍ଲା ସ୍ତରୀୟ “ଛାତ୍ରୋ କି ଗୁଂଜ” ସମାବେସ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା କଲ୍ୟାଣୀ ମଣ୍ଡପ ଠାରେ ରାହୁଲ ଗାନ୍ଧୀଙ୍କ ନିର୍ଦେଶ କ୍ରମେ ଏବଂ କଂଗ୍ରେସ ଜିଲ୍ଲା ସଭାପତି ଶଙ୍କର ପ୍ରଧାନ ନେତୃପ୍ତରେ ବ୍ଲକ କଂଗ୍ରେସ ପକ୍ଷରୁ “ଜିଲ୍ଲା ସ୍ତରୀୟ ଛାତ୍ରୋ କି ଗୁଂଜ” ସମାବେସ ଓ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରସ ଜିଲ୍ଲା ପର୍ଯ୍ୟବେକ୍ଷକ କୃଷ୍ଣ ଚନ୍ଦ୍ର ପତି , କଂଗ୍ରେସ ସାଂସଦ ପାର୍ଥି ରଶ୍ମି ରଞ୍ଜନ ପଟନାୟକ, ରାଷ୍ଟ୍ରୀୟ ଛାତ୍ର କଂଗ୍ରସ ସଂଯୋଜକ ବିଶ୍ୱ ଭୂଷଣ ମହାପାତ୍ର ସମେତ ବିଭିନ୍ନ ବ୍ଲକର ସଭାପତି ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା ବଞ୍ଚାଅ ଭବିଷ୍ୟତ ବଞ୍ଚାଅ ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ସମୟରେ ଏନଇଇଟି/ସିବିଏସଇ ପ୍ରଶ୍ନ ପେପର ଲିକ ହେବା । ଓଡ଼ିଶାରେ ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି କରି ବର୍ତ୍ତମାନ ସରକାର ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଦୃଢ ନିନ୍ଦା କରିଥିଲେ କଂଗ୍ରେସର ନେତୃବୃନ୍ଦ । ତେଣୁ ଏହା ବିରୁଦ୍ଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ କରାଯାଉଛି। ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ ସମସ୍ତଙ୍କୁ ଆଭାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକର କଂଗ୍ରେସ ବରିଷ୍ଠ କର୍ମୀ ଯାକୁବ ରାଇକା, ମୀନ ମଣ୍ଡଳ, ମାଫିଏଲ ସ୍ୱାଲସିଂ, ଏନୋସ ରଇତ, ଅଭି ଗମାଙ୍ଗ ପ୍ରମୁଖ ସହଯୋଗ କରିଥିଲେ।
