ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଶୁଖୁଲା ପଡ଼ିଛି ଜମି।
ଢେ଼ଙ୍କାନାଳ –
ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁ ଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପଯୋଗୀ ବର୍ଷା ହୋଇନାହିଁ। ଏଲ୍ -ନି ନୋ ପ୍ରଭାବ ଏବଂ ମୌସୁମୀ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି। ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଜମି ଶୁଖିଲା ପଡ଼ିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ,ବର୍ଷା ଲାଗି ରହିବା ଭଳି ସ୍ଥିତି ଏବେ ନାହିଁ। ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପତ୍ତି ନେବା ଉଚିତ୍ ହେବ ନାହିଁ। ରାଜ୍ୟରେ ମୌସୁମୀର ଲୁଚକାଳି। କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ। ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁ ଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପଯୋଗୀ ବର୍ଷା ହୋଇନାହିଁ। ଏଲ ନିନୋ ପ୍ରଭାବ ଏବଂ ମୌସୁମୀ ଟ୍ରଫ୍ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି। ଢେ଼ଙ୍କାନାଳ ଜିଲ୍ଲାର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭରଶୀଳ । କିନ୍ତୁ ଏଯାଏ ଜମି ଶୁଖିଲା ପଡ଼ିଛି। ଢେ଼ଙ୍କାନାଳରେ ଚଳିତ ବର୍ଷ ପାଣିମଡା଼ ଯାଉଥିଲେ ସବୁ ଜମି ପାଇଁ ଏହି ସୁବିଧା ନାହିଁ। ଫଳରେ ଗଜା ମରୁଡ଼ି ଆଶଙ୍କାରେ ଚାଷୀକୂଳ। ଗଜା ମରୁଡ଼ି ଆଶଙ୍କା ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଆଗାମୀ ସପ୍ତାହରେ ବର୍ଷା ନହେଲେ ମରୁଡ଼ି ଆଶଙ୍କା କରିଛନ୍ତି ଚାଷୀ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ବର୍ଷା ନଥିବାରୁ ଜମିରେ ଗୋରୁ ଚରୁଛନ୍ତି। ଏଥର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ବିହନ ଗଜା କରିସାରିଥିଲେ ମଧ୍ୟ ବର୍ଷା ଅଭାବରୁ ତାହା ଶୁଖୁବାକୁ ବସିଲାଣି । କେତେକ ସ୍ଥାନରେ ମୋଟର ସାହାଯ୍ୟରେ ହତାଶ ହୋଇ ପଡ଼ିଛନ୍ତି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଷାଢ଼ ମାସରେ ପାଣି ବଦଳରେ ଆକାଶରୁ ନିଆଁ ବର୍ଷୁଛି। କେନାଲ ସୁବିଧା ନଥିବାରୁ ଚାଷୀମାନେ ନାଳ ଓ ପୋଖରୀରୁ ପାଣି ବୋହି ତଳି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଜମି ଫାଟି ଆଁ କଲାଣି। ପାଣି ପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏବେ ବର୍ଷା ଲାଗି ରହିବା ଭଳି ସ୍ଥିତି ନାହିଁ,ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପଭି ନେବା ଉଚିତ୍ ହେବ ନାହିଁ।
