ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଆଗରପଡ଼ା,( ନିପ୍ର) ପ୍ରାୟ ୩ଶହ ବର୍ଷ ପୁରାତନ ତଥା ଜିଲ୍ଲାର ଅନ୍ୟତମ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହ ମୁଖ୍ୟ ପୁରୋଧା ଓ ପଣ୍ଡିତ ସଂଗ୍ରାମ କେଶରୀ ସାମନ୍ତରାୟ, ସୁଧୀର ରଥ, ରଘୁନାଥ ପାଣିଗ୍ରାହୀ, ସର୍ବେଶ୍ଵର ପାଣିଗ୍ରାହୀ, ସୌମ୍ୟ ପ୍ରକାଶ ପଣ୍ଡା, ମାନସ ସାମନ୍ତରାୟ, ମନ୍ମଥ ପାଢ଼ୀ, ଜ୍ଞାନରଂଜନ ସାମନ୍ତରାୟ, ଶରତ ସାମନ୍ତରାୟ ପ୍ରମୁଖ ଯଥାରୀତି ପୂଜାର୍ଚ୍ଚନା କରିଥିଲେ । ସମସ୍ତ ମହାପ୍ରଭୁଙ୍କର ପୂଜାକାର୍ଯ୍ୟରେ ସାମ୍ବାଦିକ ଅକ୍ଷୟ ସିଂହ , ମାର୍କଣ୍ଡ ଧାଡ଼ା,ସ୍ୟାମସୁନ୍ଦର ଦାସ ସମସ୍ତ କାର୍ଯ୍ୟ
ରେ ସହଯୋଗ କରିଥିଲେ ।
