ଝାରପୋଖରିଆ ପଞ୍ଚାୟତରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ
____________________
ସାରସକଣା:(ନି.ପ୍ର):(୨୮/୬/୨୬); ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନ ହିତକାରୀ ଯୋଜନା ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଧେଶ୍ୟରେ” ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ କରି ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ଚ଼େଷ୍ଟା କରୁଛନ୍ତି । ପଞ୍ଚାୟତର ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ପ୍ରତି ପ୍ରଞ୍ଚାୟତ ରେ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନ ମାଧ୍ୟମରେ ଯୋଜନା ଆରମ୍ଭ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ୨୮ ତାରିଖ ରବିବାର ସକାଳ ୧୦ ଘଟିକାରେ ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ପଞ୍ଚାୟତ ଠାରେ ରାଜ୍ୟ ସରକାରଙ୍କ ବିଭାଗ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟିକୁ ଝାରପୋଖରିଆ ପଞ୍ଚାୟତର ସରପଞ୍ଚ ମାଳତୀ ସିଂ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଏ.ବି.ଡ଼ି.ଓ ଦେବାଶିଷ ସାହୁ ଯୋଗ ଦେଇ ଥିଲେ। ବି.ଏସ. ଏସ. ଓ ଚାମୁରାଇ ବେଶ୍ରା, ପି.ଇ.ଓ ପୁଷ୍ପାଞ୍ଜଳୀ ରାଉତ ଓ ସାମାଜ ମଙ୍ଗଳ ଅଧିକାରୀ କାଡ଼ାଇ ଟୁଡୁ ଏବଂ ପଞ୍ଚାୟତର ନାଏବ ସରପଞ୍ଚ ମଣି ଶଙ୍କର ବାରିକ ମଧ୍ୟ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କେବଳ କୃଷି ଉପରେ ସମାଜର ଅର୍ଥନୀତି ଆଗେଇ ପାରିବ ନାହିଁ । କିଭଳି ଭାବରେ ସମସ୍ତଙ୍କୁ ସ୍ୱବାଲମ୍ବି କରିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟୋଗ ସମ୍ବନ୍ଧୀୟ ସଚ଼େତନା, ଉତ୍ତମ ତାଲିମ, ଉଦ୍ୟୋଗ ପାଇଁ ସରକାରଙ୍କ ଯୋଜନା ଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଦକ୍ଷତା ଭିତ୍ତିକ କେନ୍ଦ୍ର ବିଭିନ୍ନ ପ୍ଲେସମେଣ୍ଟ ସୁବିଧା ରହିବା ସଙ୍ଗେ ସମସ୍ତେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ତାହା କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା । ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
