ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ ଅଭିଯାନ
__________________
ସାରସକଣା:(ନି.ପ୍ର):୨୯/୬/୨୬:
ଭାରତ ସରକାରଙ୍କ ଜାତୀୟ ଟିକା କରଣ ଦିବସ ପଲସ୍ ପୋଲିଓ କାର୍ଯ୍ୟକ୍ରମ ଗତକାଲି ୨୮ ତାରିଖ ରବିବାର ଦିନ ମୟୂରଭଞ୍ଜ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସାରସକଣା ବ୍ଲକ ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡ. ରଜତ କୁମାର ଦାସଙ୍କ ପକ୍ଷରୁ ଆୟୋଜନ କରାଯାଇଛି ।୦-୫ ବର୍ଷର ଶିଶୁ ମାନଙ୍କୁ ମାରାତ୍ମକ ପୋଲିଓ ରୋଗ ରୁ ବଞ୍ଚିତ କରି ଦେଶକୁ ପୋଲିଓ ମୁକ୍ତ ସମାଜରେ ଗଠନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷିରେ ଗତକାଲି ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସାରସକଣା,ପାକଟିଆ ଓ ଝାରପୋଖରିଆ ନୂତନ ପ୍ରାଥମିକ ଆୟୁଷ୍କାନ ଜନ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟ କରୁଥିବା ୨୪ ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୫୦ ଗୋଟି ପୋଲିଓ ଟିକା କରଣ କ୍ୟାମ୍ପ ସହିତ ଝାରପୋଖରିଆ ମୁଖ୍ୟ ବଜାର ବସଷ୍ଟାଣ୍ଟ ନିକଟରେ ଦୁଇ ଗୋଟି ଟ୍ରାନ୍ ଜିଟ୍ କ୍ୟାମ୍ପ୍ ମାଧ୍ୟମରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି । ଏଥିରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିବା ୦-୫ ବୟସ ର ଶିଶୁ ୬୫୪୦ ଜଣଙ୍କ ମଧ୍ୟରୁ ଗତକାଲି ପ୍ରଥମ ପର୍ଯ୍ୟାୟରେ ୬୨୭୮ ଜଣ ଶିଶୁଙ୍କୁ ଯଥାକ୍ରମେ ଶତକଡ଼ା ୯୭% ଦିଆଯାଇ ଥିବା ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପି.ଏଇଚ଼.ଈ.ଓ) ସଚ଼ିନ କୁମାର ବାରିକଙ୍କ ଠାରୁ ସୂଚନା ପ୍ରାପ୍ତ ହୋଇଛି । ଭକ୍ତ ପଲସ୍ ପୋଲିଓ କାର୍ଯ୍ୟକ୍ରମର ପ୍ରତି କେନ୍ଦ୍ରରେ ୪ ଜଣ କର୍ମଚ଼ାରୀ ହିସାବରେ ୨୦୮ ଜଣ କର୍ମଚାରୀ କାର୍ଯ୍ୟ ସଂପାଦନା କରୁଥିବା ବେଳେ ତାଙ୍କ କାର୍ଯ୍ୟର ସୁପରିଚାଳନା ନିମନ୍ତେ ୧୦ ଜଣ ସୁପରଭାଇଜର ଓ ୩ ଜଣ ଓ ଭର ୱେଲ୍ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପି.ଏଇଚ଼.ଈ.ଓ ସଚ଼ିନ କୁମାର ବାରିକ, ବି.ପି.ଏମ ଶିବ ନାରାୟଣ ଦତ୍ତ ଓ ମେଡ଼ିକାଲ ଅଫିସର ଇନ୍ଜାର୍ଜ ଡ.ସମ୍ରିତ ମହାପାତ୍ର ପ୍ରମୁଖ ସୁପରିଚ଼ାଳନା କରିଥିବା ବେଳେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବିଜୟ କୁମାର ଦାସ ପ୍ରତି କେନ୍ଦ୍ରକୁ ପରିଦର୍ଶନ କରି ଥିଲେ। ସାରସକଣାରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
