ଓଡ଼ିଶା ଜନତା କଂଗ୍ରେସର ନୂତନ ଜିଲ୍ଲା ସଭାପତି ଭାବେ ସତ୍ୟଦୀପ ବିଶ୍ୱାଳ ନିଯୁକ୍ତ।
ଜଗତସିଂହପୁର(ନି.ପ୍ର):; ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବେ ତିର୍ତ୍ତୋଲ ବ୍ଲକର ଯୁବନେତା ସତ୍ୟଦୀପ ବିଶ୍ୱାଳଙ୍କୁ ନିଯୁକ୍ତ କରାଯାଇଛି। ଦଳର ଏହି ନିଷ୍ପତ୍ତିକୁ ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ ବୋଲି କୁହାଯାଉଛି। ଏହି ନିଯୁକ୍ତି ପରେ ସତ୍ୟଦୀପ ବିଶ୍ୱାଳ ଦଳର ସୁପ୍ରିମୋ ମହମ୍ମଦ ମୋକିମ୍ ଓ ଦଳର ଉପସଭାପତି ବଦ୍ରିନାରାୟଣ ମହାନ୍ତିଙ୍କୁ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଦଳର ଆଦର୍ଶକୁ ଆଗକୁ ନେବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ରଖି କାର୍ଯ୍ୟ କରିବେ। ଜିଲ୍ଲାରେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ସାଧାରଣ ଜନତାଙ୍କ ସେବାରେ ସର୍ବଦା ନିଜକୁ ସମର୍ପିତ ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିଯୁକ୍ତି ପରେ ସତ୍ୟଦୀପ ବିଶ୍ୱାଳଙ୍କ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଦଳୀୟ କର୍ମୀ, ସମର୍ଥକ ଏବଂ ଶୁଭେଚ୍ଛୁମାନେ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିବା ସହ ତାଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
