**ସଂସ୍କାର ଭରତୀ ପକ୍ଷରୁ* *ଜିଲ୍ଳାସ୍ତରୀୟ*ପ୍ରଥମ ସମିତି ଗଠନ*
ବରଗଡ଼ :୨୮.୦୬.(ନି ପ୍ର )ଉତ୍କଳ ପଶ୍ଚିମ ପ୍ରାନ୍ତ ତରଫରୁ ବରଗଡ଼ ଜିଲ୍ଲା ସ୍ତରୀୟ ଏକ ସାଧାରଣ ସଭା ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ଆଜି ସକାଳ ଦଶଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କାର ଭାରତୀର ପଶ୍ଚିମ ପ୍ରାନ୍ତୀୟ କର୍ମକର୍ତ୍ତାମାନେ ଯୋଗ ଦାନ କରି ଜିଲ୍ଲା ସମିତିକୁ ଅନୁମୋଦନ କରିଥିଲେ। ଏହି କମିଟିରେ ଛଅଟି ବ୍ଲକରୁ ବିଭିନ୍ନ କଳା କ୍ଷେତ୍ରରେ ନୈପୁଣ୍ୟ ବ୍ଯକ୍ତି ବିଶେଷ ଯୋଗ ଦାନ କରିଥିଲେ। କମିଟି ଗଠନରେ ଯେଉଁମାନେ ମନୋନୀତ ହେଲେ ସେମାନେ ହେଲେ ଜିଲ୍ଲା ସଭାପତି ସର୍ବଶ୍ରୀ ନବକିଶୋର ମହତ୍ତମ, ସାଧାରଣ ସଂପାଦକ ଶ୍ରୀ ଧର୍ମରାଜ ପ୍ରଧାନ, ବିଭାଗୀୟ ସଭାପତି ମଞ୍ଚ କଳାରେ ଶ୍ରୀ ଅଶୋକ କୁମାର ବେହେରା, ଦୃଶ୍ଯ କଳାରେ ଶ୍ରୀ ଦୁଃଖୀସେବକ ସାହୁ, ଲୋକକଳାରେ ଶ୍ରୀ ଶଙ୍କର ପଟ୍ଟନାୟକ, ଐତିହ୍ୟ କଳାରେ ଶ୍ରୀ ପର୍ଶୁରାମ ପାତ୍ର, ସାହିତ୍ଯରେ ଡ.ଶେଷାନ ବିଶି, ବିଭାଗୀୟ ସଂପାଦକ ଭାବେ ମଞ୍ଚ କଳାରେ ଶ୍ରୀ ପଞ୍ଚାନନ ବିର୍ତ୍ତିଆ, ଦୃଶ୍ଯ କଳାରେ ଶ୍ରୀ ବିନୋଦ ସାହୁ, ଲୋକକଳାରେ ଶ୍ରୀ ସୁଗ୍ରୀବ ବିଶି, ସାହିତ୍ଯରେ ଶ୍ରୀ ତେଜରୁ ବାରିକ, କଳା ସଂଯୋଜକ ଭାବରେ ମଞ୍ଚ କଳା ପାଇଁ ଶ୍ରୀ କେତନ ବଘାର, ଦୃଶ୍ଯ କଳା ପାଇଁ ଶ୍ରୀ ଚନ୍ଦ୍ରଶେଖର ରାଉତ, ଲୋକକଳା ପାଇଁ ଶ୍ରୀ ସମୀର ମେହେର, ସାହିତ୍ଯ ପାଇଁ ଶ୍ରୀ ଉମେଶ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ଚନ୍ଦ୍ରକାନ୍ତ ସାହୁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ପଶ୍ଚିମ ପ୍ରାନ୍ତୀୟ ଅଧ୍ଯକ୍ଷ ଶ୍ରୀ ହରେକୃଷ୍ଣ ଭୋଇ, ପ୍ରାନ୍ତ ସାଧାରଣ ସଂପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ, ଲୋକକଳା ସଂଯୋଜକ ଶ୍ରୀ ରଞ୍ଜନ ସାହୁ, ଦୃଶ୍ଯ କଳା ସଂଯୋଜକ ଶ୍ରୀ ପଞ୍ଚାନନ ବାରିକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପରବର୍ତ୍ତୀ ସମୟରେ ସଭ୍ଯ ସଂଗ୍ରହ ଓ ନଗର ସମିତି ଗଠନ ନିମନ୍ତେ ଜିଲ୍ଲା ସମିତିକୁ ପ୍ରାନ୍ତୀୟ ସମିତି ଦାୟିତ୍ବ ପ୍ରଦାନ କରିଥିଲେ। ଏହାକୁ ଶ୍ରୀ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଶ୍ରୀ ନବକିଶୋର ମହତ୍ତମ ଧନ୍ୟବାଦ ଅର୍ପଣ କରିଥିଲେ।
