*ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳନର ଉଦଯାପନୀ ଦିବସରେ ଆଲୋଚନା ଚକ୍ର*
ନୂଆପଡା(ମିଖାଏଲ ନନ୍ଦ)
ତା. ୨୭.୦୬:
ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ପାଳନ ଅବସରରେ ଆୟୋଜିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଆଜି ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ନୂଆପଡ଼ା ପକ୍ଷରୁ ସଦଭାବନା ସଭାଗୃହଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନିଶାର କୁପ୍ରଭାବ, ଅବୈଧ ନିଶା କାରବାର ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ନେଇ ଆଲୋଚନା କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଆଚରଣ ଓ ଆନ୍ତରିକ ପରିବର୍ତ୍ତନ ହିଁ ସର୍ବଶ୍ରେଷ୍ଠ ପରିବର୍ତ୍ତନ। ଛାତ୍ରଛାତ୍ରୀଙ୍କୁ ‘ଚିତ୍ରକର ଆଖି, କବି ହୃଦୟ ଏବଂ ବୈଜ୍ଞାନିକ ମନ’ ଭଳି ମନୋଭାବ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ।ସମ୍ବଳ ବ୍ୟକ୍ତି ଭାବେ ବ୍ରହ୍ମାକୁମାରୀ ଅନୀତା ପଟେଲ, ଏଡିଏମଓ ଡା. ଉମାକାନ୍ତ ମେହେର ଏବଂ ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ ନିଶା ନିବାରଣ ଓ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ।
