*ନୂଆପଡ଼ା ଜିଲ୍ଲାର ୪୪ ଗୋଟି ରାଜସ୍ୱ ବିଭାଗ କାର୍ଯ୍ୟାଳୟ ରେ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ ମିଶନ ସ୍ଵଭମାନ ନାମରେ ୨୨ ଜୁନ୍ ରୁ ୨୫ ଜୁନ ପର୍ଯ୍ୟନ୍ତ ପରିଧାନ, ୧ ଦଫା ଦାବୀ କ୍ୟାଡ଼ର ପୁନର୍ଗଠନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୬.
ନୂଆପଡ଼ା ଜିଲ୍ଲାର ୪୪ ଗୋଟି ରାଜସ୍ୱ ବିଭାଗ କାର୍ଯ୍ୟାଳୟ ରେ କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଥିବା ବେଳେ ୧ ଦଫା ଦାବୀ ନେଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କଳା ବେଚ ପରିଧାନ କରବେ। ମିଶନ ସ୍ଵାଭିମାନ ନାମରେ ସମସ୍ତେ ଆନ୍ଦୋଲନ କୁ ଓହ୍ଲାଇ କାର୍ଯ୍ୟ କରୁଥିବା ବେଳେ ଆସନ୍ତା ଦିନ ସାମୂହିକ ଛୁଟି ଯିବା କାର୍ଯ୍ୟକ୍ରମ। ରହିଅଛି। ଖଡ଼ିଆଳ ସହର ଥିବା ଖଡ଼ିଆଳ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ କାମ ପାଇଁ ଯାଇଥିବାବେଳେ କଲାବେଚ ପରିଧାନ କରି କାମ କରୁଥିବା ଦେଖିବାକୁ ପାଇଥିଲୁ। କାର୍ଯ୍ୟଳୟ ରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ଆବଶ୍ୟକ ଥିବା ଭିତ୍ତିଭୂମି ନିର୍ମାଣ ସହ ଏକାଧିକ କାର୍ଯ୍ୟରେ ନିୟୋଜିତ କରିବା ଦ୍ୱାରା କାର୍ଯ୍ୟଳୟ ପରିଚାଳନା ରେ ବ୍ୟାପକ ସମସ୍ୟା ଦେଖାଯାଇଥିବା ପ୍ରକାଶ।
