ବରଗଡ଼ ପୌରପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼ : ୨୫.୦୬.)ନି ପ୍ର )ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ପୌରପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଏବଂ ପ୍ରାଇଭେଟ ବସ୍ଷ୍ଟାଣ୍ଡ ନିକଟସ୍ଥ ୱାର୍ଡ ନଂ–୧୧, ନୂଆପଡ଼ା ସ୍ଥିତ ଖେଳ ପଡ଼ିଆ ଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସାଂସଦ ପ୍ରତିନିଧି ଶ୍ରୀ ପରେଶ ବିଶି, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନାଗରିକମାନଙ୍କୁ ପୌରସଂସ୍ଥା ମାଧ୍ୟମରେ ପ୍ରଦାନ କରାଯାଉଥିବା ବିଭିନ୍ନ ସରକାରୀ ସୁବିଧା ଓ ସେବା ସମ୍ପର୍କରେ ସଚେତନ କରାଇଥିଲେ।
ଏହି ଅବସରରେ ଉପସ୍ଥିତ ହିତାଧିକାରୀ ଓ ସାଧାରଣ ଜନତା ଅଭାସୀ (ଭର୍ଚୁଆଲ୍) ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ନାଗରିକ ଅଂଶଗ୍ରହଣ କରିଥିଲେ।
