*କପିଳାସ ତପୋବନ ଠାରେ ବିଶାଳ ଧର୍ମସଭା* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ତା – 24/06/2026 ନାଗିଆପଶି ପଞ୍ଚାୟତ କପିଳାସ ତପୋବାନ କାଦୁଆ ଠାରେ ମହିମା ଧର୍ମ ପ୍ରତିଷ୍ଠାତା ବିଶ୍ୱ ଗୁରୁ ଯୋଗେଶ୍ୱର ମହିମା ସ୍ୱାମୀଙ୍କ ଓଡିଶା ମାଟିରେ ପଦାର୍ପଣ 200ବର୍ଷ ପୂର୍ତ୍ତି ମହୋତ୍ସବ ଅବସରରେ ବିଶାଳ ଧର୍ମସଭା ଅନୁଷ୍ଠିତ ହୋଇଛି l ଏହି ସଭାରେମୁଖ୍ୟ ଅତିଥି ମାନ୍ୟବର ଓଡିଶା ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ, ମାନ୍ୟବର ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଓଡିଶା ଭାଷା ସହିତ୍ୟ ଓ ସଂସ୍କୃତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମହୋଦୟ, ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ମହୋଦୟ, ମାନ୍ୟବର ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ, ଶ୍ରୀମଦ ଶେଷଦେବ ବାବା (ପରିବ୍ରାଜକ ବରିଷ୍ଟ ମହିମା ସନ୍ୟାସୀ ତଥା ମହିମା ଧର୍ମ ପ୍ରବଚନ, ଶ୍ରୀମଦ ବାବା ରଘୁନାଥ ଦାସ (କପିଳାସ ତପୋବନ ଟ୍ରଷ୍ଟ ), ଶ୍ରୀମଦ ବାବା ଅବିନାଶ ଦାସ (କୌପୁନି ଧାରୀ ମହିମା ସମାଜ ସଭାପତି )ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ ମହୋଦୟ, ଢେଙ୍କାନାଳ ଆରକ୍ଷ ଅଧିକାରୀ ଶ୍ରୀଯୁକ୍ତ ଅଭିନଭ ସୋନକର ମହୋଦୟ ଉକ୍ତ ଧର୍ମ ସଭାରେ ଯୋଗଦେଇ ଧର୍ମ ସଭାକୁ ଗରିମାମୟ କରିଥିଲେ l ଏହି ଅବସରରେ ମହିମାଧର୍ମର ମହାନ ପରମ୍ପରା ଅଧ୍ୟାତ୍ମିକ ଚେତନା ଓ ମାନବ କଲ୍ୟାଣର ବାର୍ତ୍ତା ପ୍ରତିଫଳିତ ହୋଇଥିଲା l
