*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଡାମୁଣ୍ଡା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, ଧାନ ବିକ୍ରି କରିନପାରି ବିଷ ପିଇଲେ ଚାଷୀ ପରିବାର ଅଭିଯୋଗ,ଶବ ରଖି ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୪.୦୬:
ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ। ଚାଷୀ ଆତ୍ମ ହତ୍ୟା କରିଥିବା ଅଭିଯୋଗ। ମୃତକ ବ୍ୟକ୍ତି ଜଣକ ହେଲେ ନେପାଳ ମାଝି (୪୫) ରବି ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା, ଧାନ ବିକ୍ରୟ କରିବା ପାଇଁ ଅନେକ ଥର ମଣ୍ଡି କୁ ଫେରୁଥିଲେ।କିନ୍ତୁ ଟୋକନ ମିଳିବା ସତ୍ତ୍ୱେ ଧାନ ବିକ୍ରି ହେଲା ନାହିଁ। ମାନସିକ ଚାପ ଅସହ୍ୟ ହେବାରୁ ବିଷ ପିଇ ଜୀବନ ହାରିଛନ୍ତି ଚାଷୀ । ଚାଷୀ ଆତ୍ମହତ୍ୟା ଘଟଣା ନେଇ ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଆନ୍ଦୋଲନ ସ୍ଥାନ ରେ ସାମିଲ ହୋଇଥିଲେ। ରବି ଧାନ କିଣିବା ରେ ବିଫଳ ହୋଇଥିବା ବେଳେ ମଣ୍ଡିରେ ଧାନ ପଡ଼ି ରହିଅଛି।ଜଡ଼ାମୁଣ୍ଡ ଗୋଲେଇପଡ଼ାର ନେପାଳ ମାଝୀ ରବିଋତୁରେ ୩ ଏକର ଧାନ ଓ ୨ ଏକରରେ ଚିନାବାଦାମ ଚାଷ କରିଥିଲେ। ଧାନବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ରେ ଟୋକନ୍ ପାଇଥିଲେ। ୩୬.୯୬ କ୍ରିଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା। ତେବେ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରିପାରି ନ ଥିଲେ। ଫଳରେ ଟ୍ରାକ୍ଟର, ଡ୍ରେସର ମେସିନ ଓ ୩ ଛୁଆଙ୍କୁ ପାଠପଢ଼ା କୁ ନେଇ ମାନସିକ ଚାପରେ ରହି ଥିଲେ
