“ଆମ ଗାଁରେ ଆମ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର,୨୨/୬(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଆଜି ସୋର ତହସିଲ ପକ୍ଷରୁ ଦ୍ଵିତୀୟ ଥର ପାଇଁ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନଦୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କରାଯାଇଥିବା ବେଳେ ଏଥିରେ ନଦୀଗାଁ ଓ ସରଶଙ୍ଖ ପଞ୍ଚାୟତର ଲୋକେ ନିଜର ସମସ୍ୟାକୁ ଆଣିଥିଲେ। ସମୁଦାୟ ୭୭ ଟି ଅଭିଯୋଗ ଆସିଥିବା ବେଳେ ସେହିସ୍ଥାନରେ ୩୧ଟିର ତୁରନ୍ତ ସମାଧାନ କରାଯାଇଥିଲା। ଏହି ସମୟରେ ସୋର ଭାରପ୍ରାପ୍ତ ତହସିଲଦାର କୃଷ୍ଣମୋହନ ସିଂହ, ଡାଟା ଏଣ୍ଟ୍ରି ଅପରେଟର କବିତା ଦାସ ଓ ପ୍ରଦୀପ କୁମାର ଦାସ,ଅମିନ ମୁଧୁସ୍ମିତା ମାଝି,ବରିଷ୍ଠ ସହାୟକ ମନୋରଞ୍ଜନ ପରିଡା,ରେକଡ କିପର ଭରତ କୁମାର ମଲିକ, କନି୍େଠ ସହାୟକ ରଞ୍ଜନ କୁମାର ଦାସ ଓ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଏପରି କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କ ଗାଁରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର ଶ୍ରୀଯୁକ୍ତ ସିଂହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆମ ଗାଁ ରେ ଆମ ତହସିଲ କାର୍ଯ୍ୟକ୍ରମ ସୋର ବ୍ଲକ ଗୋପିନାଥପୁର ପଞ୍ଚାୟତ ରେ ସଫଳତା ସହ ଅନୁଷ୍ଠିତ ହୋଇଥିବାରୁ ସୋର ତହସିଲଦାର କୃଷ୍ଣ ମୋହନ ସିଂ ଙ୍କୁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଶୁଭେଚ୍ଛା ଜଣାଇଥିଲେ।
