ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ବାଲେଶ୍ଵର ଜିଲ୍ଲାର ସଫଳତା
ସୋର, (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଚଳିତ ମାସ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ରେ ଚାଲିଥିବା ରାଜ୍ୟ ସ୍ଥରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲାର ପ୍ରତିଯୋଗୀ ମାନେ ସଫଳତା ପାଇଛନ୍ତି।
ଏହି ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୧୮ ଟି ଜିଲ୍ଲା ରୁ ୬୦୦ ରୁ ଉର୍ଦ୍ଧ ବାଳକ ଓ ବାଳିକା ଖେଳାଳି ଅଂଶ ଗ୍ରହଣ କରିଥିଲେ।ଏଥିରେ ବାଲେଶ୍ଵର ଜିଲ୍ଲା ରୁ ୬ ଜଣ ଖେଳାଳି ଦୁଇଟି ବିଭାଗରେ ଭାଗ ନେଇ ୪ ଟି ମେଡାଲ ପାଇଥିଲେ। ଜିଲ୍ଲାର ଦୁଇଟି ଏକାଡେମୀ ବାଲେଶ୍ୱର ଟାଏକୋଣ୍ଡୋ ଏକାଡେମୀ ଓ ସୋର ଟାଏକୋଣ୍ଡୋ ଏକାଡେମୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ସୋର ଟାଏକୋଣ୍ଡୋ ଏକାଡେମୀ ରୁ ୫ ଜଣ ଖେଳାଳି କ୍ୟୋରୁଗୀ & ପୂମସେ ବିଭାଗ ରେ ଭାଗ ନେଇ ୪ ଟି ମେଡାଲ ପାଇଥିଲେ।ଶ୍ରବଣ ମହାରଣା ପୁମସେରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଏବଂ ୬୮ କେଜି କ୍ୟୁରୋଗୀ ରେ ରୌପ୍ୟ ପଦକ ପାଇଛନ୍ତି। ୬୧ କେଜି ବର୍ଗରେ ସୋହମ ସାହୁ କ୍ୟୁରୋଗୀ ରେ ରୌପ୍ୟ ପଦକ ପାଇଛନ୍ତି। ୬୩ କେଜି ବର୍ଗରେ ସମ୍ବିତ ସାହୁ କ୍ୟୋରୋଗୀ ରେ କଂସ୍ୟ ପଦକ ପାଇଛନ୍ତି। ସୋର ଟାଏକୋଣ୍ଡୋ ଏକାଡେମୀ ର ଖେଳାଳି ଶ୍ରବଣ ମହାରଣା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପୋମସେରେ ସ୍ବର୍ଣ୍ଣ ପଦକ ପାଇଥିବାରୁ ଜାତୀୟ ଚମ୍ପିୟନ ସିପ ପାଇଁ ମନୋନୀତ ହେଇ ଛନ୍ତି। କୋଚ ଅତାଉଲ୍ଲା ଖାନ ଙ୍କୁ ବେଷ୍ଟ କୋଚ ଆୱାର୍ଡ ଦିଆଯାଇଥିଲା। ବାଲେଶ୍ଵର ଜିଲ୍ଲା ସଭାପତି ଅବଦୁଲ ଓଦୁତ ଖାନ ଓ ସୋର ବିଧାୟକ ମାଧବ ଧଡ଼ା ସବୁ ଖେଳାଳି ଓ ବାଲେଶ୍ଵର ଜିଲ୍ଲା କୋଚ ଅତାଉଲ୍ଲା ଖାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
