ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଜୀଉ ମହାଦେବଙ୍କ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ 2026 (ରିପୋର୍ଟ – ଭଞ୍ଜଦୂତ ଖବର ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଗଁନ୍ଦିଆ ବ୍ଲକର ବଣିଆପଡା ଗ୍ରାମର ଶ୍ରୀ ଶ୍ରୀ ସପ୍ନେଶ୍ଵର ଜୀଉ ମହାଦେବଙ୍କ ବିବାହ ଓ ଶୀତଳ ଷଷ୍ଠୀ ଗଁନ୍ଦିଆ ରାଧାକୃଷ୍ଣ ଜୀଉ ମଠର ପାର୍ବତୀ ମାତାଙ୍କ ସହିତ ହବାକୁ ଯାଉଛି l ଏହି ଉତ୍ସବ ତା -17/06/2026 ଠାରୁ ଆରମ୍ଭ ହୋଇ ତା -19/06/2026 ରିଖ ପର୍ଯ୍ୟନ୍ତ ଚାଲିବ l ଆଜି ମହାଦେବଙ୍କ ବିବାହ ଉତ୍ସବରେ ପ୍ରଭୁଙ୍କର ବିବାହ ବାରତରେ ପ୍ରବଳ ଭକ୍ତ ପ୍ରସେସନରେ ଯୋଗ ଦେଇଛନ୍ତି l ଏହା ଅପରାହ୍ନ ଚାରିଟାରୁ ଆରମ୍ଭ ହୋଇ ବଣିଆପଡା, ପାଟଣା, ଗଁନ୍ଦିଆ ଗ୍ରାମ ପରିକ୍ରମା କରି ଥିଲା, ପ୍ରଭୁଙ୍କ ବାରତରେ ଭକ୍ତମାନଙ୍କ ଖୋଳ କୀର୍ତ୍ତନ, ଘଣ୍ଟ ବାଜା, ଯୁବ ଭକ୍ତ ମାନଙ୍କ ନାଚ ବିଭିନ୍ନ ପ୍ରକାର ବାଜା ଲାଇଟ, ଆକାଶବାଦୀ, ପାଇକନାଚ, ଅଘୋରୀନାଚ ବହୁତ ଆକର୍ଷଣ ଓ ଆନନ୍ଦ ଦାୟକ ଥିଲା l ପରିଶେଷରେ ପ୍ରଭୁଙ୍କର ବାରତ ଆସି ରାଧାକୃଷ୍ଣ ମଠ ଠାରେ ପହଞ୍ଚି ଥିଲା l ସେଠାରେ ପ୍ରଭୁଙ୍କ ନୀତିକାତି କରିବା ସହିତ ପ୍ରଭୁଙ୍କୁ ମଠକୁ ପାଛୋଟି ନେଇଥିଲେ l ବରଯାତ୍ରୀରେ ରେ ଆସିଥିବା ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ l ପ୍ରଭୁଙ୍କର ବରଯାତ୍ରୀ ରେ ପାଞ୍ଚ ହଜାରରୁ ଅଧିକ ଭକ୍ତ ଆସିଥିଲେ l ଏହି ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ରେ ବରପିତା ଶ୍ରୀଯୁକ୍ତ ଅଜିତ ପ୍ରସାଦ ରାଉତ (ବଣିଆପଡା ) କନ୍ୟା ପିତା ଅମ୍ବୁଜ କୁମାର ସାହୁ (ପାଟଣା ) ଏହି କାର୍ଯ୍ୟକ୍ରମ ଟିକୁ ଆୟୋଜନ କରିଥିଲେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଜୀଉ ଆଞ୍ଚଳିକ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ କମିଟି l ଏହି ଆୟୋଜନକୁ ସହଯୋଗର ହାତବଢ଼ାଇଥିଲେ ବଣିଆପଡା, ଗଁନ୍ଦିଆ, ପାଟଣା, ପୋରୂହଖୋଜ, ଶ୍ରୀରାମଚନ୍ଦ୍ରପୁର, ଆଙ୍କୁଦା, ବାଙ୍ଗୋଲ, ମାଠତେନ୍ତୁଳିଆ, ଦକ୍ଷିଣପସୀ ଓ ସୁରପ୍ରତାପ ରାଜକିଶୋରପୁର ଗ୍ରାମର ଗ୍ରାମବାସୀବୃନ୍ଦ l
