ତାଳଚେର କୁ ଆଗମନ ମୌସୁମୀ
ତାଳଚେର:୧୭/୬(ନିପ୍ର) ତାଳଚେର ଶିଳ୍ପନଗରୀ ଏକ ଉତ୍ତପ୍ତ ଓ ଧୁଳି ଧୁସର ପ୍ରଦୂଷିତ ଅଞ୍ଚଳ ଭାବେ ପରିଗଣିତ ଏଭଳି ଏକ ଅଞ୍ଚଳକୁ କିଛି ବିଳମ୍ବରେ ହେଲେ ମଧ୍ୟ ଆଜି ଅପରାହ୍ନ ସମୟରେ ଦୀର୍ଘ ସମୟ ଧରି ଅସରାଏ ଆଗମନ ମୌସୁମୀ ବର୍ଷା ହୋଇଛି। ଏଠାରେ ଦୀର୍ଘ ଦିନ ହେବ ଅସହନୀୟ ମୁଣ୍ଡ ଫଟା ଟାଣ ଖରା ସାଙ୍ଗକୁ ଭିଷଣ ଗୁଳୁଗୁଳି ଜନ ଜିବନ କୁ ଅସ୍ତବ୍ୟସ୍ତ କରି ପାକାଇଥିଲା। ମାତ୍ର ଏହି ଆଜିର ମୌସୁମୀ ବର୍ଷା ଜିବନ ଜଗତକୁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି। କିନ୍ତୁ ଗୁଳୁଗୁଳି ପିଛା ଛାଡୁନାହିଁ। ଅପରପକ୍ଷେ ଦେଖିବାକୁ ଗଲେ ଦୀର୍ଘ ଦିନ ହେବ ଶୁଖିଲା ପଡ଼ିଥିବା ମାଟି ଏବେ ଚାଷ ଉପଯୋଗୀ ହୋଇଛି ଓ ଝାଉଁଳି ପଡ଼ିଥିବା ବୃକ୍ଷଲତା ଆଜି ସତେଜ ଅବସ୍ଥାକୁ ଆସୁଥିବା ଦେଖିବାକୁ ମିଳିଛି। ଆକାଶକୁ କଳାହାଣ୍ଡିଆ ବାଦଲ ଢ଼ାଙ୍କି ରହିଥିବା ବେଳେ ସତେ ଯେପରି ଧରିତ୍ରୀ ମା ମୁହଁରେ ହସ ଫୁଟିଲା ଭଳି ଅବସ୍ଥା ଦେଖାଦେଇଛି। ଆଗାମୀ ଦିନରେ ଏହି ମୌସୁମୀ ବର୍ଷା ନିୟମିତ ହେବ କି ବ୍ୟାତିକ୍ରମ ଦେଖାଦେବ ତାହା ଆଗାମୀ ଦିନର ସମୟ କହି ପାରିବ ବୋଲି କୁହାଯାଉଛି।
