(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର )ଅଜଣା ଗାଡି ଧକ୍କାରେ ଭାଲୁ ମୃତ୍ୟୁ, ତଦନ୍ତ ଜାରି
କୋକସରା,୧୫।୬
: ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନ ପୋଡ଼ାଗୁଡା-ରାଜୀବ କଲୋନୀ ମଝିରେ ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାରୁ ଏକ ଭାଲୁ ର ମୃତ୍ୟୁ ହୋଇଛି। ସୋମବାର ସକାଳୁ ରାସ୍ତାରେ ଭାଲୁର ମୃତ୍ୟୁ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେଇଥିଲେ। ଏହାପରେ ବେହେରା ବନପାଳ ରାଜେନ୍ଦ୍ର ନାଏକ ଓ ବନ କର୍ମଚାରୀ ମାନେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଭାଲୁର ମୃତ ଦେହ ଉଦ୍ଧାର କରିଥିଲେ। ତେବେ ଭାଲୁ ଟି ରାସ୍ତା ପାର କରୁଥିବା ସମୟରେ କୌଣସି ଏକ ଗାଡ଼ି ଧକ୍କା ଦେବା ଫଳରେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି। ଅନ୍ୟପଟେ ମୃତ ଭାଲୁର ଶବ ବ୍ୟବଚ୍ଛେଦ ପାଇଁ ବନ ବିଭାଗ ପଠାଇ ଥିବା ସୂଚନା ମିଳିଛି।
