**ନୂଆପଡ଼ା ଖରିଆର ରୋଡ଼ ଏନ୍ଏସିରେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା (ମିଖାଏଲ ନନ୍ଦ)
ତା-୧୨/୦୬:
ଅଦ୍ୟ ତା 12/6/26 ରିଖ ଚତୁର୍ଥ ଦିନ ରେ ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ଦ୍ୱାରା ୱାର୍ଡ ନଂ ୬ ଆମ୍ବେଦକର ନଗର ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମାଳବିକା ଦେବୀ, ମାନନୀୟା ସାଂସଦ,କଳାହାଣ୍ଡି ଲୋକସଭା ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜୟ ଢୋଲକିଆ, ମାନ୍ୟବର ବିଧାୟକ,ନୂଆପଡ଼ା, ଡ: ସୋନିଆ ଅଗ୍ରୱାଲ, ପରିଷଦ ର ଅଧ୍ୟକ୍ଷା, ଶ୍ରୀଯୁକ୍ତ ନିଶାନ୍ତ ଡାଗା, ଉପାଧ୍ୟକ୍ଷ, ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେବା ସହ ବହୁ ମାତ୍ରା ରେ ଜନ ସାଧାରଣ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଙ୍କ ସହ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା।ଏହି ସଭାରେ ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସମସ୍ତେ ମିଶି କାମ କରିବାକୁ ସଂକଳ୍ପ ନେଇଥିଲେ। ଲୋକମାନେ ନିଜ ନିଜର ସମସ୍ୟା ଅଧିକାରୀମାନଙ୍କୁ ଜଣାଇଥିଲେ। ସହରର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ବହୁତ ଜରୁରୀ ବୋଲି ସମସ୍ତେ କହିଥିଲେ।
