*ନୂଆପଡ଼ାରେ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ, ବୁଲିଲା ସଚେତନତା ରଥ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା୧୨/୦୬
ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା – ଆମ ସଂକଳ୍ପ’ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ରଥକୁ ପତାକା ଦେଖାଇ ରଥର ପରିକ୍ରମା ଆରମ୍ଭ କରିଥିଲେ। ଅନ୍ୟପଟେ ଖଡ଼ିଆଳ ସ୍ଥିତ କ୍ଷେତ୍ରୀୟ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
