ଲୁହାପଥର ପଡି ଡ୍ରାଇଭରଙ୍କ ମୃତ୍ୟୁ।
(ନିପ୍ର ଗୋକୁଳାନନ୍ଦ ବେହେରା)ତାରିଖ,୩୧/୫/୨୦୨୬ ପାରାଦ୍ବୀପବନ୍ଦରରେ ଲୁହା ପଥରଲୋଡି଼ ଚାଲିଥିବା ବେଳେ ଠିକ୍ ଏହି ସମୟରେ କ୍ରେନ ବକେଟରୁ କିଛି ଲୁହା ପଥର ଖସି ଆସିଥିଲା। ଯାହା ଫଳରେ ଏହି ପଥର ସବୁ ହାଇୱା ଗାଡ଼ି କ୍ୟାବିନ ଉପରେ ପଡିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହା ଦ୍ବାରା ଗାଡ଼ିର କ୍ୟାବିନ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଗାଡ଼ି ଭିତରେ ବସିଥିବା ଆଇପିଟି ଡ୍ରାଇଭର ସରୋଜ ଖିଲାର ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ,ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ପର୍ଶୁ ଖିଲାରଙ୍କ ସାନପୁଅ ସରୋଜ ଖିଲାର ବୟଷ ୩୭ବର୍ଷ ବୋଲି ଜଣାପଡିଛି ସେ ଆଜକୁ ପ୍ରାୟ ୪/୫ ବର୍ଷ ଧରି ପାରାଦୀପ ବନ୍ଦରରେ ଦିର୍ଘଦିନହେବ ଗାଡ଼ି ଚଳାଚଳ କରିଆସୁଥିଲେ ସରୋଜ ଖିଲାର ଏପରି ଦୁଃଖଦ ଖବର ଶୁଣି ଗ୍ରାମ ଓ ପରଜଙ୍ଗ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି
