ଶାଶ୍ଵତ ଶେଖର ପଣ୍ଡା ସମଗ୍ର ରାଜ୍ୟରେ 68ତମ ସ୍ଥାନ ରାଙ୍କ ହାସଲ କରି ଜିଲ୍ଲା ତଥା ପରଜଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି
(ରିପୋର୍ଟ ଗୋକୁଳାନନ୍ଦ ବେହେରା,ନିପ୍ର)
ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୪ର ଫଳପ୍ରକାଶ ପାଇଛି। ଏଥିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ କୁମୁସି ଗ୍ରାମର ଶ୍ରୀ କାନ୍ତ କୁମାର ପଣ୍ଡା ଙ୍କ ପୁତ୍ର ଶାଶ୍ଵତ ଶେଖର ପଣ୍ଡା ଜୈନ ସମଗ୍ର ରାଜ୍ୟରେ (୬୮ତମ ) ରାଙ୍କ ହାସଲ କରି ଜିଲ୍ଲା ତଥା ପରଜଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା, ୨୦୨୪-୨୫ ରେ କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ପ୍ରତ୍ୟାଶାବାଦୀ ବନ୍ଧୁଙ୍କୁ ବହୁତ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ।
ଆପଣଙ୍କ ପରିଶ୍ରମ, ବିଶ୍ୱାସ, ଅନୁଶାସନ ତଥା ସମର୍ପଣ ଭାବ ଏହି ଉପଲବ୍ଧିକୁ ସମ୍ଭବ କରାଇଛି । ଜନସେବା ମାଧ୍ୟମରେ ଆପଣମାନେ ରାଜ୍ୟର ବିକାଶ ଓ ସୁଶାସନକୁ ନୂଆ ଉଚ୍ଚତା ପ୍ରଦାନ କରିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ
