ପ୍ରାଶାସନିକ ଅବହେଳା ଯୋଗୁ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମାସ ମାସ ଅପେକ୍ଷା।
ରଘୁନାଥପୁର(ନି.ପ୍ର) : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଲକ୍ଷାଧିକ ହିତାଧିକାରୀ ସରକାରଙ୍କ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପ୍ରତି ମାସରେ ପାଇ ନିଜ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ୍ ଜରିଆରେ ଭତ୍ତା ପାଉଥିବା ଅନେକ ହିତାଧିକାରୀ ମାସେ, ଦୁଇମାସ ପରେ ଭତ୍ତା ବି ପାଇ ପାରୁନାହାଁନ୍ତି। ଯାହାଦ୍ୱାରା ଅନେକ ହିତାଧିକାରୀ ବର୍ତ୍ତମାନ ବେସାହାରା ଭାବେ ନିଜର ଜୀବନ ବିତାଉଥିବା ଜଣାଯାଇଛି। ପଞ୍ଚାୟତ ଅଧିକାରୀଙ୍କ ଦ୍ଵାରା ବହୁ ଲୋକ ମାସକରେ ଥରେ ଭତ୍ତାଟି ପାଇ ଯାଉଥିବା ବେଳେ ବ୍ୟାଙ୍କ୍ ଜରିଆରେ ପାଉଥିବା ବ୍ୟକ୍ତି କେହି କେହି କଷ୍ଟମଟେ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ କେହି ନିଜର ଔଷଧ ଖର୍ଚ୍ଚ ତୁଲାଇ ବା ବି ସମ୍ଭବପର ହେଉନାହିଁ । ନୂଆ ସରକାର ଆସିବା ପରଠାରୁ ଏଭଳି ଦୁର୍ଦଶା ଆମକୁ ଭୋଗିବାକୁ ପଡୁଛି ବୋଲି ବହୁ ହିତାଧିକାରୀ କରୁଥିବାର ଦେଖିବକୁ ମିଳୁଛି । ଏମାନଙ୍କ ଭତ୍ତା ଟଙ୍କା ଆସିଛି କି ନାହିଁ ଜାଣିବାକୁ ବହୁବାର ବ୍ୟାଙ୍କ ଦୁଆର ମୁହଁକୁ ଦୌଡୁଥିବା ଜଣାଯାଇଛି। ଏଭଳି ବ୍ୟତିକ୍ରମ କାହିଁକି ହେଉଛି ବୋଲି ବ୍ଲକ କାର୍ଯ୍ୟାଳୟ ରେ ପଚାରିଲେ ସେମାନେ ରୋକଠୋକ୍ ଉତ୍ତର ଦେଉଛନ୍ତି ଯେ ସେଥିରେ ଆମର କିଛି ଦୋଷ ନାହିଁ ବ୍ୟାଙ୍କ୍ ଟଙ୍କା ସରକାର ପଠାଇବାରେ ଅବହେଳା କରୁଛନ୍ତି। ଏକାଥରେ ଦୁଇମାସର ଭତ୍ତା ଟଙ୍କା ଆସିବ ବୋଲି ଜଣାପଡ଼ିବା ପରେ ସେମାନେ କିଛିଟା ଆଶ୍ୱସ୍ତି ଅନୁଭବ କରିଥିଲେ ମଧ୍ୟ ସମୟ ଧିରେ ଧିରେ ଅତିକ୍ରାନ୍ତ ହେଉ ଯାଉଥିବାରୁ ବହୁ ବ୍ୟାଙ୍କ ହିତାଧିକାରୀ ହତାସ ହୋଇପଡିଛନ୍ତି।
