*ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଦ୍ୱାରା ଓରମାସ୍,ୱେବ୍ ପୋର୍ଟାଲର ଉଦ୍ଘାଟନ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୬.୦୫.
ନୂଆପଡ଼ା ପକ୍ଷରୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ନୂତନ ୱେବ ପୋର୍ଟାଲ‘ନୂଆପଡ଼ା ହାଟ’ର ଶୁଭାରମ୍ଭ କରାଯାଇଛି। ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ନୂଆପଡ଼ା ଗସ୍ତ ଅବସରରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ୱେବ୍ ପୋର୍ଟାଲର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକ ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନବଉଦ୍ଘାଟିତ ଏହି ୱେବ୍ ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆପଡ଼ା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHGs), ପ୍ରୋଡ୍ୟୁସର ଗ୍ରୁପ୍ (PGs), ପ୍ରୋଡ୍ୟୁସର କମ୍ପାନୀ (PCs) ଏବଂ ଗ୍ରାମୀଣ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ପ୍ରଚାର ଓ ବିପଣନ ପାଇଁ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇଦେବା। ଓଡ଼ିଶାରେ ପ୍ରଥମ ଥର ପାଇଁ ଓରମାସ୍ର ସହଯୋଗରେ କ୍ରେତା ଓ ବିକ୍ରେତାଙ୍କ ପାଇଁ ଏଭଳି ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି।
