ଓଡ଼ିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଵୈଠକ ଅନୁଷ୍ଠିତପୂର୍ତ୍ତ ବିଭାଗ ପାନ୍ଥ ଶାଳାରେ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ପାନ୍ଥ ଶାଳାରେ ଆଜି ଓଡ଼ିଶା ସାମ୍ବାଦିକ ସଙ୍ଘ( ଓ ଜେ ୟୁ) ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଵୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଅମିତ କୁମାର ପଟ୍ଟନାୟକ ଙ୍କ ଅଧକ୍ଷତାରେ ଉପଦେଷ୍ଟା ରାଜେନ୍ଦ୍ର ରଥ, ସଞ୍ଜୟ ଜେନା ଜିଲ୍ଲା ସମ୍ପାଦକ ସୁରେଶ ନାଗ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଗତ ଦିନରେ ରାଜ୍ୟ ସ୍ତରୀୟ କାର୍ଯ୍ଯ କାରିଣୀ ଵୈଠକ ରେ ହୋଇଥିବା ଆଲୋଚନା କୁ ନେଇ ଆଜି ଜିଲ୍ଲା ସଭାପତି ଏଵଂ ସମ୍ପାଦକ ସମସ୍ତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଆଗକୁ ସଂଘର କିପରି ବିକାଶ ହୋଇ ପାରିବ ଏଵଂ ସାମ୍ବାଦିକତା କ୍ଷେତ୍ରରେ କିପରି ସଂଗଠନର ସାମ୍ବାଦିକ ମାନେ ନିଜର ଦାୟିତ୍ବ ବହନ କରିବେ ସେ ନେଇ ସମସ୍ତେ ନିଜ ନିଜର ବିଚାର ରଖିଥିଲେ। ଏହି ପରୀପ୍ରେକ୍ଷୀରେ ସଂଘର ଆର୍ଥିକ ଏବଂ ବୀମା କୁ ନେଇ ପଦକ୍ଷେପ ନିଆ ଯାଇଥିଲା। ଏହି କାର୍ଯକ୍ରମରେ ଉପ ସଭାପତି ଆଲିନ୍ ପାଣି, କୋଷାଧ୍ୟକ୍ଷ କୈଳାସ ସ୍ଵାଲ୍ ସିଂ, ସହ ସମ୍ପାଦକ ଭାସ୍କର ସ୍ୱାଇଁ, ଶିଶିର ଗୌଡ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
