*ଡଃ.ମହେନ୍ଦ୍ର ମିଶ୍ର ଙ୍କୁ ଭାଷା, ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟ ଓ ଶିକ୍ଷା ବର୍ଗରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ* ନୂଆପଡା( ମିଖାଏଲ ନନ୍ଦ)
ତା:୨୫.୦୫.
ନୂଆପଡ଼ା ଜିଲ୍ଲା ର ସୁଯୋଗ୍ୟ ଦାୟଦ ଡଃ ମହେନ୍ଦ୍ର ମିଶ୍ର ଙ୍କୁ ଭାଷା, ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟ ଓ ଶିକ୍ଷା ବର୍ଗରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏହି ସମ୍ମାନ ନୂଆପଡ଼ା ମାଟି ମାଁ ଙ୍କ ପାଇଁ ଏକ ଗର୍ବ ଓ ଗୌରବ ଅଟେ । ତାଙ୍କ ଜୀବନରେ ଗବେଷଣାତ୍ମକ ଶିକ୍ଷା ପ୍ରତି ଆଗ୍ରହ ଦେଖାଇବା ସହ ଆଲୋଚନା, କର୍ମଶାଳା ଭାଷା ସାହିତ୍ୟ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାଷା ର ସୁରକ୍ଷା ଏବଂ ଶୁଦ୍ଧତା ପ୍ରୟୋଗ ଜାତି ଏବଂ ସଂସ୍କୃତିର ପରିଚୟ ବୋଲି କହିଥିଲେ। ଜିଲ୍ଲା, ରାଜ୍ୟ ରୁ ଆରମ୍ଭ କରି ଦେଶ ବିଦେଶରେ ତାଙ୍କ ଲେଖା ବହୁ ଉଚ୍ଚକୋଟୀର ହୋଇଥିବା ବେଳେ ତାଙ୍କ କାର୍ଯ୍ୟ ପାଇଁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ରେ ସମ୍ମାନିତ ହେବା ନୂଆପଡ଼ା ଭଳି ଜିଲ୍ଲାରେ ମାଁ ମାଟିର ଆଗାମୀ ପିଢିକୁ ପ୍ରେରଣା ଉତ୍ସ ଯୋଗାଇବ। ସମସ୍ତ ଜିଲ୍ଲାବାସୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଛା।
