କରଞ୍ଜିଆ ବିଜେପିର ସାଙ୍ଗଠନିକ ବୈଠକ :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତରେ ବିଜେପି ସଭାପତି ଚନ୍ଦ୍ରମଣୀ ମହାପାତ୍ରଙ୍କ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଫକୀରମୋହନ ନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ପଞ୍ଚାୟତ ପ୍ରଭାରୀ ବିଜୟ କୁମାର ମିଶ୍ର ଯୋଗଦେଇ ବୁଥ ସ୍ତରରେ ସଂଗଠନକୁ ଆହୁରି ଅଧିକ ରୁ ଅଧିକ ମଜବୁତ କରିବା ସକାଶେ ରଣନୀତି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସମସ୍ତ ବୁଥ ସଭାପତିଙ୍କ ସମେତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।।।
