ବରଗଡ ବିଧାୟକ ଙ୍କ ସହଯୋଗ ରେ ଅସହାୟ ବୃଦ୍ଧ କୁଷ୍ଟ ରୋଗୀ ଉଦ୍ଧାର ।
ବରଗଡ଼ : ୨୩.୦୫(ନି ପ୍ର )ବରଗଡ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡ ରେ ଜଣେ ଅସହାୟ କୁଷ୍ଟ ରୋଗୀ ଦୟନୀୟ ଅବସ୍ଥାରେ ପଡ଼ିରହିଥିଲେ। ଏହାକୁ ଦେଖି ସ୍ଥାନୀୟ କିଛି ସଚେତନ ନାଗରିକ ସେହି ବସଷ୍ଟାଣ୍ଡ ପାଖରେ ରାତ୍ରୀୟ ରହିବା ଆଶ୍ରମ ରେ ରଖି ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ଉଦ୍ଧାର ପାଇଁ ସୂଚିତ କରିଥିଲେ। ଖବର ପାଇ ଉକ୍ତ ଅସହାୟ କୁଷ୍ଟରୋଗୀ ଙ୍କୁ ଉଦ୍ଧାର ନିମିତ୍ତ ସ୍ଥାୟୀ ଥଇଥାନ ପାଇଁ ସଂଗ୍ରମିତ୍ରା ପଟେଲ ପରିଚୟ ଅନୁଷ୍ଠାନ ସମ୍ବଲପୁର କୁ ଯୋଗାଯୋଗ କରିଥିଲେ। ପରିଚୟ ସଦସ୍ୟ ଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ରେ ଥଇଥାନ ନିମନ୍ତେ ସ୍ଥିରୀକୃତ ହେଇଥିଲା। ଆବଶ୍ୟକ ଥିବା କିଛି ଜରୁରୀ ପୁଲିସ କାଗଜ ପତ୍ର ପାଇଁ ବରଗଡ ଥାନା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମେହେର ଚିଠି ହସ୍ତଗତ ହେଲା ପରେ ଭୁବନେଶ୍ୱର ସ୍ଥିତ ଜାଆଁଳା ଆଶ୍ରମକୁ ପଠାଇବା ସଂଘମିତ୍ରା ଙ୍କ ପାଇଁ କଷ୍ଟ ସାଧ୍ୟ ଥିଲା। ହେଲେ ବୃଦ୍ଧ ଙ୍କୁ ସହଯୋଗ କରିବାରେ ତିଲେ ହେଲେ ନିଜକୁ ଅସହାୟ ନମଣି ସଙ୍ଗେ ସଙ୍ଗେ ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡ଼ଙ୍ଗୀଙ୍କୁ ଉଦ୍ଧାର ଏବଂ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ । ଏହି ମହତ କାର୍ଯ୍ୟ ପାଇଁ ଶ୍ରୀମତୀ ପଟେଲ ଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।
