+ *୨ ସଫଳତା ଧାରା ବଜାୟ ରଖିଛି ଟି. ଏନ. ଟି*
ବ୍ରହ୍ମପୁର -ପ୍ରକାଶ ପାଇସାରିଛି ଯୁକ୍ତ ଦୁଇ ଫଳାଫଳ, ଏବଂ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ନିଜ ସଫଳତା ର ଯାତ୍ରା କୁ ବଜାୟ ରଖିବା ରେ ସକ୍ଷମ ହୋଇଛି ବ୍ରହ୍ମପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏନ. ଟି
ବର୍ଷ ପ୍ରତିବର୍ଷ ଏହାର ସଫଳତା ବଢିବା ସହ ନୂଆ ନୂଆ ଗୌରବ ର ଫର୍ଦ୍ଧ ଯୋଡି ହେବାରେ ଲାଗିଛି
ଚଳିତଥର +୨ ବାଣିଜ୍ୟ ବିଷୟରେ ମୋଟ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଉଲ୍ଲେଖଯୋଗ୍ୟ ଯେ ଶୁଭଶ୍ରୀ ଶତପଥୀ ୯୭, ୮(୫୮୭) ନମ୍ବର ରଖି ଶୀର୍ଷ ସ୍ଥାନ ରେ ରହିଛନ୍ତି ରୁଦ୍ର କୁମାର ସାହୁ ୯୫ପ୍ରତିଶତ, ଲୋକନାଥ ସେଠି ୯୪,ମିଲନ ଦାସ ୯୩ସ୍ମୃତିଲତା ବାଗସିଂ ୯୩, ରଶ୍ମି ମହାରଣା ୯୨,ପ୍ରିୟଙ୍କା ନାୟକ ୯୧ଉମେଶ ପଣ୍ଡା ୯୦ ପ୍ରତିଶତ ରଖିବା ସକ୍ଷମ ହୋଇଛନ୍ତି ମୋଟ ୮ଜଣ ଛାତ୍ରଛାତ୍ରୀ ୯0 ପ୍ରତିଶତ ରୁ ଅଧିକ ମାର୍କ ରଖି ଥିବା ବେଳେ ୨୦ ଜଣ ୮୦ପ୍ରତିଶତ ରୁ ଅଧିକା ଓ ୨୫ଜଣ ୭୫ପ୍ରତିଶତ ରୁ ଅଧିକ ନମ୍ବର ରଖି ଅନୁଷ୍ଠାନ ର ମାନ ବୃଦ୍ଧି କରିଛନ୍ତି
୫ ଜଣ ଛାତ୍ରଛାତ୍ରୀ ଆକାଉଣ୍ଟିଙ୍ଗ ରେ ୧୦୦ ନମ୍ବର ରଖି ଥିବା ବେଳେ ୩ ଜଣ ଛାତ୍ର ଛାତ୍ରୀ ବି. ଏମ. ଏସ ରେ ୧୦୦ ନମ୍ବର ରଖିଛନ୍ତି ଏବଂ ୨ଜଣ ଛାତ୍ର ଛାତ୍ରୀ ବି. ଏସ. ଏମ ରେ ୧୦୦ ନମ୍ବର ରଖିଛନ୍ତି ଛାତ୍ର ଛାତ୍ରୀ ମାନେ ନିଜ ଏହି ସଫଳତା ର ଶ୍ରେୟ ନିଜ ପରିଶ୍ରମ ଓ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଇଛନ୍ତି ଏହି ସଫଳତା ର ସାରଥୀ ରୂପେ କାର୍ଯ୍ୟ କରି ଥିବା ଶିକ୍ଷକ ଙ୍କ ମଧ୍ୟ ରେ ରହିଛନ୍ତି ଅନୁଷ୍ଠାନ ର ମୁଖ୍ୟ ଡ଼ଃ ଅଜୟ କୁମାର ଦ୍ବିବେଦୀ, ଅନୁଷ୍ଠାନ ର ନିର୍ଦ୍ଧେଶିକା ତୁଳସା ଦ୍ବିବେଦୀ, ଡ଼ଃ ଶକ୍ତି ପ୍ରସାଦ ପାଢ଼ୀ, ଇନ୍ଦ୍ରାଣୀ ସାବତ, ଶିବାନୀ ସାହୁ,
ସୌରଭ ସାବତ,ସିମାଞ୍ଚଳ ପାଢ଼ୀ
ସୁଜ୍ଞାନୀ ସାହୁ ଗୌରଭ ସାବତ, ଛାତ୍ରଛାତ୍ରୀ ଙ୍କ କହିବା ଅନୁଯାୟୀ ନିଜ ପରିଶ୍ରମ ହିଁ ଏହି ସଫଳତା ପାଇଁ ଦାୟୀ ନୁହେଁ ବରଂ ଅନୁଷ୍ଠାନ ଶିକ୍ଷକ ଙ୍କ ବାର ବାର ଘଣ୍ଟା ର ପରିଶ୍ରମ ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ଅନୁଷ୍ଠାନ ର ମୁଖ୍ୟ ଡ଼ଃ ଅଜୟ କୁମାର ଦ୍ବିବେଦୀ କହିଛନ୍ତି ଅନୁଷ୍ଠାନ କେବଳ ଥରେ କି ଦୁଇଥର ନୁହେଁ ବରଂ ନିଜ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ଏଭଳି ସଫଳତା ଲଗାତାର ପାଇବା କେବଳ ଏକ ସଂଯୋଗ ନୁହେଁ ଏହା ପଛରେ ଶିକ୍ଷକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ହିଁ ମୁଖ୍ୟ ନାୟକ ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ଛାତ୍ର ଛାତ୍ରୀ ଦଶମ ରେ ଯେତିକି ନମ୍ବର ରଖି ଥାନ୍ତି +2 ବାଣିଜ୍ୟ ରେ ଟି. ଏନ. ଟି ଏହାର ଚାଳିଶ ପ୍ରତିଶତ ରୁ ମଧ୍ୟ ଅଧିକ ନମ୍ବର ରଖି ବାରେ ସକ୍ଷମ ହୁଅନ୍ତି, ଏହାର କ୍ରାଶ କୋର୍ସ ଅଭିମନ୍ୟୁ ହେଉଛି ସଫଳତା ଆଣିବାର ପ୍ରମୁଖ ଦିଗ,ଏହି ସଫଳତା ପରେ ଅନୁଷ୍ଠାନ କୁ ବିଭିର୍ଣ୍ଣ ଆଡୁ ଶୁଭେଚ୍ଛା ର ସୁଅ ଚୁଟିବାରେ ଲାଗିଛି ଓ ସମସ୍ତଙ୍କ
ମୁହଁ ରେ ଗୋଟିଏ କଥା ଶୁଭୁଛି କମର୍ସ ମାନେ କେବଳ ଟି. ଏନ. ଟି
