+୨ ପରୀକ୍ଷାରେ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
———————————–
ତା ୨୦/୦୫/୨୬: ସାରସକଣା(ନି.ପ୍ର): ଅନିଲ କୁମାର ସାହୁ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ +୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ଗତବର୍ଷ ତୁଳନାରେ ଚଳିତ ବର୍ଷ ସୀମାନ୍ତ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଲାଭ କରିଛନ୍ତି।ଚଳିତ ବର୍ଷ ବିଜ୍ଞାନରେ ମୋଟ ୯୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ +୨ କଳାରେ ପରୀକ୍ଷା ଦେଇଥିବା ମୋଟ ୨୩୮ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୫ ଜଣ ପ୍ରଥମ ଶ୍ରେଣୀରେ ,ବାଣିଜ୍ୟରେ ପରୀକ୍ଷା ଦେଇଥିବା ମୋଟ ୩୦ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଜ୍ଞାନରେ ଶ୍ରୀମାନ ଶିବଶଙ୍କର ମଣ୍ଡଳ ୫୦୬ ପ୍ରଥମ ସୁଶ୍ରୀ ପ୍ରିୟଙ୍କା ସାହୁ ୪୯୯ ଦ୍ୱିତୀୟ ଓ ତପତି ପଲେଇ ୪୭୭ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କଳାରେ ଦୁଲିମଣି ମାରାଣ୍ଡି ୫୨୩ ,ରୀମା ବେହେରା ୫୧୪ ଓ ବଳରାମ ପାତ୍ର ୫୧୩ ନମ୍ୱର ରଖି ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ସେହିପରି ବାଣିଜ୍ୟରେ ସ୍ନେହଲତା ନାଏକ ୪୯୨ ,ପ୍ରିୟଙ୍କା ମୁର୍ମୁ ଓ ନାରାୟଣ ଟୁଡୁ ଉଭୟ ୩୭୬ ନମ୍ୱର୍ ରଖି ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ଧନ୍ଦାମୂଳକ ପରୀକ୍ଷାରେ
ସୁଭଦ୍ରା ପରିଡ଼ା ୫୧୮ ନମ୍ୱର୍ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ପ୍ରକାଶ ଥାଉକି ,ଗତ ଶିକ୍ଷାବର୍ଷରେ କଳାରେ ୨୫୪ ଜଣ ମଧ୍ୟରୁ ୮୨ ଜଣ ପ୍ରଥମ ଶ୍ରେଣୀ,ବିଜ୍ଞାନରେ ୧୨୧ ଜଣଙ୍କ ମଧ୍ୟରୁ ୩୬ ଜଣ ,ବାଣିଜ୍ୟରେ ୨୯ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ କାଳରେ ୨୩୮ଜଣଙ୍କ ମଧ୍ୟରୁ ୭୫ ଜଣ ,ବିଜ୍ଞାନରେ ୯୬ଜଣଙ୍କ ମଧ୍ୟରୁ ୪୧ ଜଣ ବାଣିଜ୍ୟରେ ୩୧ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଆଗାମୀ ଶିକ୍ଷା ବର୍ଷରେ ପାସ୍ ହାର ପ୍ରଥମ ଶ୍ରେଣୀ ହାର ଆହୁରି ବଢେଇବାର ପ୍ରଚେଷ୍ଠା ଜାରି ରହିବ ବୋଲି ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତୀ ଆଶା ପ୍ରକଟ କରିଛନ୍ତି।ଛାତ୍ରଛାତ୍ରୀ ମାନଙ୍କର ଏହି ସଫଳତାର ଶ୍ରେୟ ସେମାନଙ୍କ କଠିନ ପରିଶ୍ରମ,ଅଧ୍ୟାପକ ଅଧ୍ୟାପିକା ମାନଙ୍କର ପ୍ରଚେଷ୍ଠା,ତଥା ପିତାମାତାଙ୍କ ଆଶୀର୍ବାଦ କୁ ପ୍ରଦାନ କରିଛନ୍ତି। ଭଞ୍ଜଦୂତ ଖବର।
