ବଢ଼ିଚାଲିଛି ଜାଲ ଶିକ୍ଷା ଅନୁଷ୍ଠାନ, ଏ ପି ଜେ ଅବଦୁଲ କାଲାମ ହାୟାର ସେକେଣ୍ଡାରୀ ବିଦ୍ୟାଳୟ ଭଳି ଅନେକ ଅନୁଷ୍ଠାନ ର ପିଲାଙ୍କ ଭବିଷ୍ୟତ କୁ ନେଉ ପ୍ରଶ୍ନ।
ବେତନଟୀ ୨୦/୫ : ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକ ଆଶାନୁରୂପ ବୃଦ୍ଧି ପାଉନଥିବା ବେଳେ ଘରୋଇ ବିଦ୍ୟାଳୟ ଗୁଡିକ ଦିନକୁ ଦିନ ବୃଦ୍ଧି ପାଇବେରେ ଲାଗିଛି। ବିଗତ କିଛି ବର୍ଷ ହେବ +୨ ବିଦ୍ୟାଳୟ ଗୁଡିକୁ ରାଜ୍ୟସରକାର ଉଚ୍ଚ ଶିକ୍ଷା ବିଭାଗ ଠାରୁ ଅଲଗା କରି ହାୟାର ସେକେଣ୍ଡାରୀ ବିଦ୍ୟାଳୟ ର ନାମ ରଖାଯିବା ସହ ସରକାରଙ୍କ ଗଣ ଶିକ୍ଷା ବିଭାଗ ଅଧିନ ରେ ରଖାଯାଇଅଛି। ଫଳରେ ଏହି ବିଦ୍ୟାଳୟ ଗୁଡିକ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଶିକ୍ଷା ମାଫିଆ ମାନେ ଶିକ୍ଷାକୁ ବ୍ୟବସାୟ କରିବା ଆଳରେ ବଡ଼ ବଡ଼ ଵିଜ୍ଞାପନ ଓ ମିଛ ପ୍ରତିଶୃତି ଚକା ଚକ ୱେବସାଇଟ ଦେଖାଇ ଅଭିଭାଭକ ମାନଙ୍କୁ ପ୍ରଲ୍ଲଭୀତ କରି ଆର୍ଥିକ ଶୋଷଣ କରୁଛନ୍ତି। ଏପରିକି କିଛି ପିଲା ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାର ଷ୍ଟାଇଫେଣ୍ଟ ପାଇବାରୁ ମଧ୍ଯ ବଞ୍ଚିତ ହୋଇଥିବା ଜାଣିବାକୁ ମିଳିଛି। ଏହି ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ଓ ଆଇନ ଗତ ଦିଗକୁ ନେଇ ପ୍ରଶ୍ନ ଉଠୁଥିବାର ଦେଖିବାକୁ ମିଳିଛି। ଏହି ଭଳି ଏକ ବିଦ୍ୟାଳୟ ରହିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ର ଏ ପି ଜେ ଅବଦୁଲ କଲାମ ହାୟାର ସେକେଣ୍ଡାରୀ ବିଦ୍ୟାଳୟ। ଏହି ବିଦ୍ୟାଳୟ ରେ ୨୦୨୪/୨୫ ପାଇଁ ପ୍ରଥମ ବର୍ଷ ଛାତ୍ରୀଛାତ୍ର ମାନଙ୍କୁ ଏଡମିସନ କରି ପାଠପଢ଼ା ଚାଲୁ ରହିଛି। ରାଜ୍ୟ ସରକାର ବଢ଼ୁ ଥିବା ଖରା ଓ ରୌଦ୍ର ତାପକୁ ଆଖି ଆଗରେ ରଖି ପିଲାଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ସ୍କୁଲ୍ କଲେଜ ସବୁକୁ ଛୁଟି ଘୋଷଣା କରିଛନ୍ତି କିନ୍ତୁ ଏହି ଶିକ୍ଷା ଅନୁଷ୍ଠାନ ପିଲାଙ୍କୁ ଛୁଟି ନଦେଇ କ୍ଲାସ ଚଳେଇଛି ସିଲାବସ ସାରିବା ପାଇଁ। ତେବେ ଏହି ଅନୁଷ୍ଠାନ ରେ ପାଖାପାଖି ୧୫୦ ଜଣ ଛାତ୍ର ଛାତ୍ରୀ ଦୂତୀୟ ବର୍ଷ ପାଠ୍ୟ କ୍ରମ ରେ ପଢୁଥିବା ବେଳେ ସାମାର କୋର୍ସ ରେ ପ୍ରାୟ ୧୬୦ ଜଣ ଛାତ୍ର ଛାତ୍ରୀ ପଢୁଥିବା ଖବର କିଛି ଅଭିଭାବକ ଙ୍କ ପାଖରୁ ମିଳିଛି । ଚଳିତ ବର୍ଷ ଅଭିଭାବକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାମାନଙ୍କୁ ଏଡମିସନ ପାଇଁ ପ୍ରଲୋଭୀତ କରାଯଉଛି। ଏହି ଭଳି ବିଦ୍ୟାଳୟ ର ଅନୁମତି ପାଇଁ ଷ୍ଟାଫ୍ ପୋଜିସନ, ଆର୍ଥିକ ସ୍ଥିତି, ସୋସାଇଟି ରେଜିଷ୍ଟ୍ରେସନ, ଜମି ସମ୍ବଦ୍ଧିୟ ତଥ୍ୟ,ଫାୟାର ସେଫଟି, ବିଲଡିଂ ଯାଞ୍ଚ ରିପୋର୍ଟ ଓ ଇନ୍ସପେକଟିଙ୍ଗ ଅଫିସର ଙ୍କ ସୁପାରିଶ ରହିବା ଆବଶ୍ୟକ ରହିଛି। ବିଦ୍ୟାଳୟ ର ସମସ୍ତ ତଥ୍ୟ, ଆବଶ୍ୟକ ଅନୁମତି ପତ୍ର ଓ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ନଥିବାର ଅଭିଭାବକ ମହଲରେ କଥା ଉଠିଛି। ଅଭିଯୋଗ ଅନୁସାରେ ପିଲାଙ୍କୁ ଏଡମିସନ୍ କରିବା ସମୟରେ ଯେଁଉ ଶିକ୍ଷକ ମାନେ ଏଠାରେ ପାଠ ପଢାଇବା କଥା କୁହା ଯାଇଥିଲା ସେଥିରୁ ଅଧାର୍ଧିକ ଶିକ୍ଷକ କେବେ ଏହି ଅନୁଷ୍ଠାନ କୁ ଆସି ନାହାନ୍ତି କିମ୍ୱା କାଉନସିଲ ଅଫ ହାୟାର ସେକେଣ୍ଡାରୀ ଏଜୁକେଶନ ଓଡିଶା ୨୦୨୪/୨୫ ଅଫିସିଆଲ ଅନୁମଦିତ ତାଲିକାରେ ମଧ୍ୟ ଏହି ଏ ପି ଜେ ଅବଦୁଲ କଲାମ ଶିକ୍ଷାନୁଷ୍ଠାନର ନାମ ନାହିଁ। ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କର ଡାଇରେକ୍ଟର ଅଫ ହାୟାର ସେକେଣ୍ଡାରୀ ଏଜୁକେସନ ଅନୁମତି ଦେବାକୁ ଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଦ୍ୟାଳୟ ର ଶିକ୍ଷାବ୍ୟବସ୍ଥା ଯାଞ୍ଚ କରିବାର ଆବଶ୍ୟକତା ରହିଛି। ସୂଚନା ଯୋଗ୍ୟ ବାରିପଦା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ରେ ଏହି ବିଦ୍ୟାଳୟ ର ଅନୁମତି ପତ୍ର ଆବଶ୍ୟକ ତଥ୍ୟ ଉପଲବ୍ଧ ନଥିବାର ସୂଚନା ମିଳିଛି। ଏଭଳିକି ବେତନଟୀ ଲୋକେସନ ରେ ଏହି ବିଦ୍ୟାଳୟ ନ ଥାଇ ବାରିପଦା ନିକଟବର୍ତ୍ତୀ ଲୋକେସନ ରେ ଏହି ବିଦ୍ୟାଳୟ ରହିଥିବାର ସୂଚନା ମିଳିଛି। ଫଳରେ ଅଭିଭାବକ ମହଲ ରେ ଛାତ୍ରୀଛାତ୍ର ଙ୍କ ଭଭିଷ୍ୟତ ଓ ବିଦ୍ୟାଳୟ ର ଆଇନ ଗତ ଦିଗକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଅଭିଯୋଗ କୁ ଦୃଷ୍ଟି ଦେଇ ଡାଇରେକ୍ଟର ଅଫ ହାୟାର ସେକେଣ୍ଡାରୀ ଅଫ ଏଜୁକେସନ ଭୁବନେଶ୍ୱର ଓ ବାରିପଦା ରେ ଥିବା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଭିଭାବକ ମହଲରୁ ଦାବି ହୋଇଛି।ଏ ସମ୍ପର୍କରେ ବାରିପଦା ଠାରେ ଥିବା ହାୟାର ସେକେଣ୍ଡାରୀ ଏଜୁକେସନ କାଉନସିଲ ଅଫିସ ର ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ କହନ୍ତି ପରୀକ୍ଷା ଦାୟୁତ୍ବ ରେ ଆମ୍ଭେ ରହିଛୁ ଏହି ବିଦ୍ୟାଳୟ ର ଚିଠା ଆମ୍ଭ ପାଖକୁ ପରୀକ୍ଷା ପାଇଁ ଆସିନାହିଁ, ଆସିଲେ ଆମ୍ଭ ପରୀକ୍ଷା କଥା ବୁଝିବୁ।ସେହିପରି ବାରିପଦା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ରେ ବିଭାଗୀୟ ଅଧିକାରୀ କହନ୍ତି ଏହି ବିଦ୍ୟାଳୟ ର ତଥ୍ୟ,ଅନୁମତି ପାତ୍ର ଆମ ଅଫିସରେ ଉପଲବ୍ଧ ନାହିଁ। ଏହି ବିଦ୍ୟାଳୟ ବେତନଟୀରେ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲିଥିବ ବିଷୟରେ ଆମ ପାଖରେ ଖବର ନାହିଁ, ଆଉ ଏହି ବିଦ୍ୟାଳୟ ବାରିପଦା ନିକଟ ରେ ରହିଥିବାର ଲୋକେସନ ଦେଖାଉଛି। ଏହାର ଲୋକେସନ ଚେଞ୍ଜ ପାଇଁ ଆବେଦନ କରିଥିବା ସୂଚନ ଆମକୁ ମିଳିଛି। ଖୁବ ଶୀଘ୍ର ଆବଶ୍ୟକୀୟ ତଥ୍ୟ, ବିଦ୍ୟାଳୟ ର ସ୍ଥିତା ବସ୍ଥା ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ସହିତ ଏହି ଅଧିକାରୀ ଆସିବେ ବୋଲି କହିଥିଲେ।
