*ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ଓଡ଼ିଶା କାର୍ଯ୍ୟ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଙ୍କୁ ସାକ୍ଷାତ, ୧୬ ଦଫା ଜିଲ୍ଲାର ସଡ଼କ ଉନ୍ନତିକରଣ ପ୍ରକଳ୍ପ ନେଇ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୫.
ନୂଆପଡ଼ା ଜିଲ୍ଲାର ସଡକ ପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ଓଡ଼ିଶା କାର୍ଯ୍ୟ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଙ୍କୁ ସାକ୍ଷାତ ସହ ସ୍ମରାକ ପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ୧୬ ଦଫା ବିଭିନ୍ନ ସଡକ ନିର୍ମାଣ ସଂଯୋଗୀକରଣ ଏବଂ ଜିଲ୍ଲା ଓ ପଡୋଶୀ ଜିଲ୍ଲା ସଂଯୋଗ, ନୂଆପଡ଼ା ଜିଲ୍ଲା ସହ ପଡୋଶୀ ରାଜ୍ୟ କୁ ସଂଯୋଗ କରିବା ନେଇ ଜିଲ୍ଲାର ୧୬ ଗୋଟି ସଡ଼କ ଉନ୍ନତିକରଣ ପ୍ରକଳ୍ପ ନେଇ ଦାବୀ ଉପସ୍ଥାପନା କରିଛନ୍ତି। ଆସନ୍ତା ଦିନରେ ସମସ୍ତ ଦାବୀ ପୁରଣ ହେବା ସହ ଯାତାୟାତ ସେବା ରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି।
