ରିପୋର୍ଟ (କୃତ୍ତିବାସ ନାୟକ
ଭଞ୍ଜ ଦୂତ ଖବର)
ହକ ପାଇଁ ଲଢେଇ ବିସ୍ଥାପିତଙ୍କ ସାଥିରେ ପ୍ରିୟ ବିଧାୟକ ବାପୁ ଭାଇ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଏମ ସି ଏଲ ର ହିଙ୍ଗୁଳା କ୍ଷେତ୍ର ପାଇଁ ନିଜର ପୈତୃକ ସଂପତ୍ତି ଓ ଭିଟା ମାଟି
ହରାଇ ଦୀର୍ଘ କୋଡ଼ିଏ ବର୍ଷ ରୁ ଉର୍ଦ୍ଧ ସମୟ ଧରି ନିଜର ନ୍ୟାୟ ଯୁକ୍ତ ଅଧିକାର ଚାକିରୀ ଓ ସମ୍ପୂର୍ଣ ଥଇଥାନରୁ ବଞ୍ଚିତ ହୋଇ ରହିଛନ୍ତି । କଳମଛୁଇଁ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ହିଙ୍ଗୁଳା ମହା ପ୍ରବନ୍ଧକ କାର୍ଯ୍ୟାଳୟ ତଥା ହିଙ୍ଗୁଳା ଓ
ବଳରାମ ଓ,ସି, ପି,(O,c,p) ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଦ୍ବାରା ଡକା ଯାଇଥିବା ଧର୍ମଘଟ ସ୍ଥଳରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ଉପସ୍ଥିତ ରହି କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
